28.1 C
Bhubaneswar
Friday, March 29, 2024
Homeଓଡିଶାପୁରୀଶରଧାବାଲିରେ ତିନି ରଥ

ଶରଧାବାଲିରେ ତିନି ରଥ

ପୁରୀ : ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଲା ସମସ୍ତ ତିନି ରଥ । ତାଳଧ୍ୱଜ, ଦର୍ପଦଳନ ପରେ ପହଁଚିଲା ନନ୍ଦିଘୋଷ ରଥ । ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧା ବାଲିରେ ପହଞ୍ଚିଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଧିରେଧିରେ ଆସି ଶରଧା ବାଲିରେ ପହଞ୍ଚିଥିଲା। ମହାପ୍ରଭୁଙ୍କୁ ରଥାରୂଢରେ ଦେଖି ଭକ୍ତମାନେ ଭାବ ବିହ୍ବଳ ହୋଇଯାଇଥିଲେ। ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଥିଲା ସାରା ପୁରୀ ସହର। ରଥକୁ ଭକ୍ତମାନେ ଟାଣି ନେଇଥିଲେ। କୋରନା ପାଇଁ ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା।ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇଥିଲା। ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଥିଲା । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠୁଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking