୧.୨୧ କୋଟି ଡକାୟତିରେ ୩ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ମେହେରାଉଲି ଠାରେ ହୋଇଥିବା ଡକାୟତି ମାମଲାର ସମାଧାନ କରି ତିନି ଜଣଙ୍କୁ ଗିରଫ କରିଛି । ଶକି ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅଗଷ୍ଟ ୨ତାରିଖରେ ପ୍ୟାରିଭର୍ଟନ୍ ଆପାର୍ଟମେଣ୍ଟରେ ଥିବା ତାଙ୍କ ଫ୍ଲାଟରୁ 32 ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ତଥାପି ଅନୁସନ୍ଧାନ ବେଳେ ଜଣାପଡିଥିଲା ଯେ ଲୁଟ ହୋଇଥିବା ପ୍ରକୃତ ପରିମାଣ 1.21 କୋଟି ଟଙ୍କା । ତେବେ ଇନ୍ସପେକ୍ଟର ଦୀନେଶ କୁମାର ଏବଂ ଇନ୍ସପେକ୍ଟର ଅରୁଣ ସିନ୍ଧୁଙ୍କ ନେତୃତ୍ୱରେ ଏବଂ ଏସିପି ଅରବିନ୍ଦ କୁମାରଙ୍କ ତତ୍ତ୍ୱାବଧାନରେ ଏକ କ୍ରାଇମ ବ୍ରାଞ୍ଚ ଦଳ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା ।

ଅନୁସନ୍ଧାନ ସମୟରେ, କ୍ରାଇମ ବ୍ରାଞ୍ଚ ଦଳ ମୋଡସ୍ ଅପରେଣ୍ଡିର ଗ୍ୟାଙ୍ଗ ସମ୍ବନ୍ଧରେ ସୂଚନା ପାଇଥିଲେ । ସନ୍ଦିଗ୍ଧଙ୍କ ଉପରେ ସିସିଟିଭି ଫୁଟେଜ ସଂଗ୍ରହ କରାଯାଇ ବିଶ୍ଳେଷଣ କରାଯାଇଥିଲା । ସିସିଟିଭି ଫୁଟେଜରୁ ମିଳିଥିବା ସୂଚନାନୁସାରେ ଗୁଜୁରାଟର ପଞ୍ଜୀକରଣ ନମ୍ବର ସହିତ ଏକ ଇନୋଭା କାର ସାମ୍ନାକୁ ଆସିଥିଲା ।

ତେବେ ଘଟଣା ଦିନ ଶକି ଶର୍ମାଙ୍କ ଘର ନିକଟରେ କାରଟି ଦେଖିବାକୁ ମିଳିଥିଲା ଏବଂ ବ୍ୟାଗ ଧରି ଦୁଇଜଣ ବ୍ୟକ୍ତି ଏହା ଭିତରେ ବସିଥିବାର ନଜର ଆସିଥିଲେ । କ୍ରାଇମ ବ୍ରାଞ୍ଚ ଟିମ୍ ଅହମ୍ମଦାବାଦରେ ପହଞ୍ଚି ଡକାୟତମାନେ ଗୁଜୁରାଟର ରାଜଧାନୀ ବାସିନ୍ଦା ବୋଲି ଜାଣିବାକୁ ପାଇଥିଲେ । ଅଧିକ ଗୁପ୍ତ ସୂଚନାରୁ ଜଣାପଡ଼ିଥିଲା ଯେ, କିଛି ଗ୍ୟାଙ୍ଗର ସଦସ୍ୟ ବାରାଣାସୀ ଯାଉଛନ୍ତି । ଯାହାଦ୍ୱାରା କ୍ରାଇମ ବ୍ରାଞ୍ଚ ଟିମ୍ ବାରାଣାସୀ ରେଳ ଷ୍ଟେସନରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ପଚରାଉଚରା ବେଳେ ସେମାନେ ଦିଲ୍ଲୀର ମେହେରାଉଲି ଠାରେ ହୋଇଥିବା ଡକାୟତିରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ ଏବଂ ସାହିଲ ପଟେଲ ନାମକ ଜଣେ ବ୍ୟକ୍ତି ସେହି ଫ୍ଲାଟରେ ବିପୁଳ ନଗଦ ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଥିବାର ପ୍ରକାଶ କରିଥିଲେ । ସାହିଲ ପଟେଲଙ୍କୁ ଖୁବ୍ ଶୀଘ୍ର ଦିଲ୍ଲୀର ଚାନ୍ଦନୀ ଚକ୍କରୁ ଗିରଫ କରାଯାଇଥିଲା ।

ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି ଯେ, ସେମାନେ ସେମାନଙ୍କର ସହଯୋଗୀ ଜଗଦୀଶ, ନିଖଲ, ଅମିତ ଏବଂ ରାଜ କୁମାରଙ୍କ ସହିତ ଜୁଲାଇ ୧୭ ରେ ଇନୋଭା କାରରେ ଦିଲ୍ଲୀ ଆସି ସାହିଲ ପଟେଲଙ୍କୁ ଭେଟିଥିଲେ । ଅଗଷ୍ଟ ୨ ରେ ସାହିଲ ପଟେଲ ସେମାନଙ୍କୁ ସୂଚନା ଦେଇଥିଲେ ଯେ ସେ ସାକେଟର ପ୍ୟାରିଭାର୍ଟନ ଆପାର୍ଟମେଣ୍ଟକୁ ୫୩ ଲକ୍ଷ ଟଙ୍କା ବିତରଣ କରିବାକୁ ଯାଉଛନ୍ତି ଏବଂ ତାଙ୍କୁ ଅନୁସରଣ କରିବାକୁ କହିଥିଲେ । ଅଭିଯୋଗ ଅନୁଯାୟୀ ଅଭିଯୁକ୍ତମାନେ ଘଟଣାସ୍ଥଳରେ ପହଞ୍ଚି ସାହିଲ ପଟେଲ ଦେଇଥିବା ନଗଦ ଟଙ୍କା ଲୁଟି ନେଇଥିଲେ । ଏଥିସହ ସେଠାରୁ ଅତିରିକ୍ତ ୬୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି ବୋଲି ପୋଲିସ ଜାଣିବାକୁ ପାଇଥିଲା ।

LEAVE A REPLY

Please enter your comment!
Please enter your name here