28.1 C
Bhubaneswar
Friday, March 29, 2024
Homeଓଡିଶାଦମ୍ପତିଙ୍କୁ ହତ୍ୟା ଧମକ ଦେଇ ୩ଯୁବକ ଗିରଫ

ଦମ୍ପତିଙ୍କୁ ହତ୍ୟା ଧମକ ଦେଇ ୩ଯୁବକ ଗିରଫ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ଗୋଇଲ ଗ୍ରାମରେ ଘରେ ଏକୁଟିଆ ଥିବା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ କରିବାସହ ଦମ୍ପତିଙ୍କୁ ହତ୍ୟା ଧମକ ଦେଇ ଉକ୍ତ ଗ୍ରାମର ୩ଯୁବକ ଗିରଫ ହୋଇଥିବା ଜଣା ପଡିଛି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ବୁଧବାର ଦିନ ଗୋଇଲ ଗ୍ରାମର ପୁଟ ପଥୁରିଆଙ୍କ ସ୍ତ୍ରୀ ସୀତା ପଥୁରିଆ (୩୨) ଅପରାହ୍ନ ପ୍ରାୟ 3ଟା ସମୟରେ ନିଜ ଘରେ ଏକୁଟିଆ ଥିବା ସମୟରେ ଉକ୍ତ ଗ୍ରାମର ଚକ୍ର ପାତ୍ରଙ୍କ ପୁଅ ଉମାକାନ୍ତ ପାତ୍ର(୧୯), ପୂର୍ଣ୍ଣ ପାତ୍ରଙ୍କ ପୁଅ ବିଜୟ ପାତ୍ର (୩୦)ଓ ହରି ପାତ୍ରଙ୍କ ପୁଅ ରାଜ କୁମାର ପାତ୍ର ହାଟରେ କୁରାଢ଼ୀ ଓ ଭୁଜାଲି ଧରି ସେଠାରେ ପହଂଚି ସୀତାଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ l

ସୀତା ଭୟରେ କବାଟ ବନ୍ଦ କରିଦେବାରୁ ଅଭିଯୁକ୍ତ ମାନେ ଘର କବାଟ ରେ ଛକି ଚିହ୍ନ ଆଙ୍କି ସୀତା ଓ ତାଙ୍କ ସ୍ୱାମୀଙ୍କୁ ନିଶ୍ଚିତ ହତ୍ୟା କରିବାର ଚେତାବନୀ ଦେବାସହ ସେଠାରେ ସୀତାଙ୍କ ସ୍ୱାମୀଙ୍କୁ ନ ପାଇ ଅନ୍ୟତ୍ର ଖୋଜିବାକୁ ଚାଲି ଯାଇଥିଲେ l ଏହା ପରେ ଗୋଇଲ ଘଟି ନିକଟରେ ସୀତା ଙ୍କ ସ୍ୱାମୀ ପୁଟ ଙ୍କୁ ପାଇ ମରଣାନ୍ତକ ଆକ୍ରମଣ କରି ଜୀବନ ରୁ ମାରି ଦେବାର ପ୍ରୟାସ କରୁଥିବା ବେଳେ ପୁଟ କୌଶଳ କ୍ରମେ ସେଠାରୁ ଖସି ଆସି ଥିଲା l ଏନେଇ ଗତ କାଲି ସୀତା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାସହ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking