ବିବାହ ପାଇଁ କହିବାରୁ ହତ୍ୟା ଧମକ

ସାଲେପୁର : ଦେଶ ତଥା ରାଜ୍ୟରେ ନାରୀ ନିର୍ଯ୍ୟାତନାର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଜଘନ୍ୟ ହେବାରେ ଲାଗିଛି |ପୁଣି ଏଭଳି ଏକ ଲଜ୍ଜାଜନକ ଘଟଣା ଏବେ ସାଲେପୁରରେ ଘଟିଛି | ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳ ଗୁହାଳିପୁର ଗାଁରେ । ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଯୁବକ ଜଣକ ଯୁବତୀଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ ଦେଇଥିଲେ । ଏହାସହ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଉଥିଲେ । ଯୁବକ ଜଣକ ସେହି ଗ୍ରାମର ବୋଲି ଜଣାପଡିଛି । ଯୁବକ ଏବଂ ତାଙ୍କ ପରିବାର ଲୋକେ ମିଶି ଯୁବତୀଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ଏନେଇ ଯୁବତୀ ଜଣଙ୍କ ସାଲେପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିବାର ଜଣା ପଡିଛି ।