39.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶଆଧାର ସହ ପ୍ୟାନ କାର୍ଡ ଲିଙ୍କ ନ କଲେ ଦେବାକୁ ପଡିପାରେ ଭାରି ଜରିମାନା

ଆଧାର ସହ ପ୍ୟାନ କାର୍ଡ ଲିଙ୍କ ନ କଲେ ଦେବାକୁ ପଡିପାରେ ଭାରି ଜରିମାନା

ନୂଆଦିଲ୍ଲୀ: ଆପଣ ଯଦି କରଦାତା ଓ ନିଜ ପ୍ୟାନକୁ ଆଧାର ସହ ଲିଙ୍କ କରାଇନାହାନ୍ତି, ତେବେ ଜଲଦି କରାଇ ନିଅନ୍ତୁ । ଆପଣ ଯଦି ଏବେ ନ କରନ୍ତି, ତେବେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କ ଉପରେ ଜରିମାନା ଲାଗିପାରେ । ଚଳିତ ଥର ଆଧାରକୁ ପ୍ୟାନ ସହ ଲିଙ୍କ କରିବାର ତାରିଖ ବୃଦ୍ଧି ହେବା ସମ୍ଭାବନା ମଧ୍ୟ କମ୍ । କହିରଖୁଛୁ, ସିବିଡିଟି ୩୧ ମାର୍ଚ୍ଚରେ ଆଧାର ଓ ପ୍ୟାନ ଲିଙ୍କ କରିବାର ଶେଷ ତାରିଖ ବୃଦ୍ଧି କରି ୩୦ ଜୁନ କରିଥିଲେ । ହେଲେ ଏବେ ଡେଡଲାଇନ ଆଗକୁ ଆଉ ବଢିବା ସମ୍ଭାବନା କମ୍ ।
ଗଣମାଧ୍ୟମ ସୂଚନା ଅନୁସାରେ, ଟ୍ୟାକ୍ସ ଡିପାର୍ଟମେଣ୍ଟର କିଛି ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଏବେ ଶେଷ ତାରିଖକୁ ଆଉ ଆଗକୁ ବଢାଯିବ ନାହିଁ । ଯେଉଁମାନେ ଆଧାର ପ୍ୟାନକୁ ଲିଙ୍କ କରିପାରିବେନି ସେମାନଙ୍କ ଉପରେ ଜରିମାନା ଲଗାଯିବ । ଲୋକଙ୍କ ଆର୍ଥିକ କାରବାରକୁ ଭଲଭାବରେ ଟ୍ରାକ କରିବା ପାଇଁ ସରକାର ଆଧାର ଓ ପ୍ୟାନକୁ ଲିଙ୍କ କରାଇବାକୁ ବାଧ୍ୟତାମୂଳକ କରିଛନ୍ତି । କରଦାତାଙ୍କୁ ବାରମ୍ବାର ପ୍ୟାନ-ଆଧାର ଲିଙ୍କ କରାଇବାକୁ ସମୟ ଦିଆଯାଉଛି । ୩୦ ଜୁନ ମଧ୍ୟରେ ଲିଙ୍କ ନକଲେ ଏହାପରେ ଲିଙ୍କ କଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking