ଚଳିତବର୍ଷ ସ୍ୱାଭାବିକ ହେବ ଶୀତ

ଭୁବନେଶ୍ୱର : ଚଳିତ ବର୍ଷ ସ୍ୱାଭାବିକ ହେବ ଶୀତ । ୫ ଡିଗ୍ରୀ ଯାଏଁ ଖସିବ ପାରଦ । ମଧ୍ୟମ କୁହୁଡି ସମ୍ଭାବନା ରହିଛି । ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ଯାଏଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି । ଏହାସହ ଆଗାମୀ ୨ରୁ ୩ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ରାତି ତାପମାତ୍ରା ।

ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସକାଳ ଓ ରାତି ସମୟରେ ଦୃଶ୍ୟମାନ ଦୂରତା ୧ ହଜାରରୁ ୨୦୦ ମିଟର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବା ସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ସେପଟେ ଆଜି ବଲାଙ୍ଗୀର ଠାରେ ଅତିଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଫୁଲବାଣୀ ଓ ଟିଟଲାଗଡ ଠାରେ ମଧ୍ୟ ଘନକୁହୁଡି ଏବଂ ଅନୁଗୁଳ ଠାରେ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହୋଇଛି । ସେହିପରି ଗୋପାଳପୁର ଓ ଭବାନୀପାଟଣାରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here