33.1 C
Bhubaneswar
Thursday, April 25, 2024
Homeଯୋଗ ଦିବସଏଥର ଯୋଗ ଦିବସ ହେବ ସ୍ୱତନ୍ତ୍ର , କେନ୍ଦ୍ର ସରକାରଙ୍କ ୭୫ ଜଣ ମନ୍ତ୍ରୀ ଐତିହାସିକ...

ଏଥର ଯୋଗ ଦିବସ ହେବ ସ୍ୱତନ୍ତ୍ର , କେନ୍ଦ୍ର ସରକାରଙ୍କ ୭୫ ଜଣ ମନ୍ତ୍ରୀ ଐତିହାସିକ ସ୍ଥାନରେ କରିବେ ଯୋଗ

ନୂଆଦିଲ୍ଲୀ : ପ୍ରତିବର୍ଷ ୨୧ ଜୁନ୍ ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇଥାଏ । କିନ୍ତୁ ଚଳିତ ଥର ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ କିଛି ଭିନ୍ନ ହେବ । ମୋଦୀ ସରକାର ଙ୍କ ୭୫ ଜଣ ମନ୍ତ୍ରୀ ଦେଶର ବିଭିନ୍ନ ଐତିହାସିକ ସ୍ଥଳରେ ଯୋଗ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମୈସୁର ପ୍ୟାଲେସ ରେ ଯୋଗ କରିବେ । ସୂଚନା ଅନୁଯାୟୀ, ଆଜାଦୀ କା ଅମୃତ ମହୋତ୍ସବ କୁ ଧ୍ୟାନ ରେ ରଖି୍ ମୋଦୀ ସରକାରଙ୍କ ୭୫ ଜଣ ମନ୍ତ୍ରୀ ଐତିହାସିକ ବେଂ ସାଂସ୍କୃତିକ ସ୍ଥାନରେ ଯୋଗ କରିବେ । ଗୃହମନ୍ତ୍ରୀ ଅମିତ ଶାହ ନାସିକ ର ଜ୍ୟୋର୍ତିଲିଙ୍ଗ ତ୍ରିମ୍ବକେଶ୍ୱର ମନ୍ଦିର ପରିସରରେ ଯୋଗ କରିବେ ।ରକ୍ଷାମନ୍ତ୍ରୀ ରାଜନାଥ ସିଂ ତାମିଲନାଡୁର କୋଏମ୍ବଟୁର ର ଯୋଗ କାର୍ଯ୍ୟକ୍ରମରେ ଭାଗ ନେବେ । ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଦିଲ୍ଲୀର ଲୋଟସ ମନ୍ଦିର , କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ନାଗପୁର ର ଜିରୋ ମାଇଲ ଷ୍ଟୋନ, ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଦିଲ୍ଲୀର ଜନ୍ତରମନ୍ତର, ଧର୍ମେନ୍ଦ୍ର ପ୍ରଧାନହିମାଚଳ ର କାଙ୍ଗରା କିଲା, ଅନୁରାଗ ଠାକୁର ହିମାଚଳର ଲାଲଗଡ କିଲା ରେ ଯୋଗ କାର୍ଯକ୍ରମରେ ଯୋଗଦେବେ ।
ପ୍ରଧାନମନ୍ତ୍ରୀ ମେ।ଦୀ ଦେଶବାସୀଙ୍କୁ ଯୋଗକୁ ନିଜ ଦୈନନ୍ଦିନ କାର୍ଯ୍ୟରେ ସାମିଲ କରିବାକୁ ଅପିଲ କରିଛନ୍ତି ।ମୋଦୀ କହିଛନ୍ତି କି , ଯୋଗ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଆପଣ ମାନେ ଭାଗ ନିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking