ଭୁବନେଶ୍ୱର: ଏଥର ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ରାଧାପାଦ ଦର୍ଶନରୁ ନିବୃତ୍ତ ରଖାଯିବ । ମନ୍ଦିର ବନ୍ଦ ଥିବାରୁ ଦର୍ଶନ ବନ୍ଦ ନେଇ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ତେବେ ଆସନ୍ତା ୨୩ ତାରିଖରେ ପବିତ୍ର ଅଁଳା ନବମୀ ପଡୁଥିବାରୁ ଶ୍ରଦ୍ଧାଳୁ ବେଶ ଉତ୍ସାହିତ ମଧ୍ୟ ରହିଥିଲେ । ମାତ୍ର କୋଭିଡ ପାଇଁ ସଂକ୍ରମଣ ଦୃଷ୍ଟିରୁ ମନ୍ଦିର ଖୋଲିବା ସମ୍ଭବପର ନୁହେଁ । ସାକ୍ଷୀଗୋପାଳ ସାକ୍ଷୀ ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ହୁଏ । କୋଭିଡ୍ କଟକଣାକୁ ଦୃଷ୍ଟିିରେ ରଖି ଚଳିତବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ବନ୍ଦ ରହିବ। ସୂଚନା ଯେ, ପ୍ରତିବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଶୀତଦିନେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ଥିବାବେଳେ ଭିଡ଼ ହେଲେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ରାଧାପାଦ ଦର୍ଶନ ବନ୍ଦ ରଖାଯିବାକୁ ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି।