32.1 C
Bhubaneswar
Thursday, March 28, 2024
Homeଓଡିଶାଏଥର ଫିକା ଫକା ଇଦ୍ ମିଲାଦ୍ ଉନ୍ ନବି

ଏଥର ଫିକା ଫକା ଇଦ୍ ମିଲାଦ୍ ଉନ୍ ନବି

ବଲାଙ୍ଗିର , (ଦେବାଶିଷ ମିଶ୍ର) : ଆଜି ଇଦ୍ ମିଲାଦ୍ ଉନ୍ ନବି ପାଳନ କରାଯାଉଛି । ଆଜିର ଦିନରେ ପ୍ରୋଫେଟ୍ ମହମ୍ମଦ୍ ଜନ୍ମ ନେଇଥିଲେ ବୋଲି ବିଶ୍ୱାସ କରାଯାଏ । ତାଙ୍କର ଜନ୍ମ ଦିନକୁ ଇଦ୍ ମିଲାଦ୍ ଉନ ନବି ଭାବେ ପାଳନ କରାଯାଏ । ଉଭୟ ସିଆ ଓ ସୁନ୍ନି ସଂପ୍ରଦାୟ ଏହି ଦିନକୁ ବେଶ ଭକ୍ତି ର ସାହ ପାଳନ କରନ୍ତି । ଭକ୍ତଙ୍କ ସଂଖ୍ୟା ଅନୁସାରେ ସାରା ବିଶ୍ୱରେ ଏହାକୁ ସବୁଠୁ ବଡ ପର୍ବ ରୁପେ ବିଶା୍ୱସ କରାଯାଏ । ଆଜିର ଦିନରେ ଭକ୍ତ ମାନେ ବଡ ବଡ ଶୋଭାଯାତ୍ରାରେ ବାହାରି ପ୍ରୋଫେଟ୍ ମହମ୍ମଦଙ୍କ ଜୟଗାନ କରନ୍ତି । ରାତିସାରା ମସଜିଦ ରେ ମହମ୍ମଦଙ୍କ ଜୀବନି, ନୈତିକତା ଓ ବୈଶ୍ୱିକ ଭାଇଚାରା ର ସଂନ୍ଦେଶ କୁ ମନେ ପାକାଇଥାନ୍ତି ଭକ୍ତ । ବଲାଙ୍ଗିର ରେ ମଧ୍ୟ ଇସ୍ଲାମି ଧର୍ମୀୟ ଭକ୍ତ ମାନେ ଖୁବ ଧୁମଧାମରେ ଏହି ପର୍ବକୁ ପାଳନ କରନ୍ତି । କିନ୍ତୁ ଏଥର କରୋନା ମହାମାରୀ ଯୋଗୁଁ ସହରରେ ଅନ୍ୟନ୍ୟ ପର୍ବ ପରି ଫିକା ପଡିଛି ଇଦ୍ ମିଲାଦ୍ ଉନ ନବି । ପୁର୍ବ ବର୍ଷମାନଙ୍କ ପରି ଏଥର ଶୋଭା ଯାତ୍ରା ଦେଖିବାକୁ ମିଳି ନ ଥିବା ବେଳେ ମସଜିଦ ରେ ହେବାକୁ ଥିବା ରାତ୍ରିକାଳିନ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ କାରାଯାଇଛି । ଏଥର କରୋନା ଯୋଗୁଁ ଭକ୍ତମାନଙ୍କୁ ନିଜ ଘରେ ଏହି ପର୍ବକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ସୂଚନା ରହିଛି । ତେବେ ସହର ର ବିଭିନ୍ନ ଅଂଚଳରେ ଇସ୍ଲାମି ଧର୍ମୀୟ ଭାଇ ମାନେ ଏହି ମହାନ ପର୍ବକୁ କୋଭିଡ ନିୟମାନୁସାରେ ସାମାଜିକ ଦୁରତା ରଖିବା ସହିତ ନିଜ ନିଜ ଘରେ ଖୁବ ଧୁମ୍ ଧାମ୍ ରେ ପାଳନ କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking