28.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକା ଗର୍ଭବତୀକୁ ଏମିତି ହତ୍ୟା କରିଥିଲା ପ୍ରେମିକ

ନାବାଳିକା ଗର୍ଭବତୀକୁ ଏମିତି ହତ୍ୟା କରିଥିଲା ପ୍ରେମିକ

ବରେଲି: ଉତରପ୍ରଦେଶର ବରେଲିରେ ଏକ ସପ୍ତାହ ପୂର୍ବରୁ ଘଟିଥିବା ଏକ ହତ୍ୟାକାଣ୍ଡର ଖୁଲାସା କରି ମୃତ ଯୁବତୀଙ୍କ ପ୍ରେମିକ ଭାଗବତ ଶରଣଙ୍କୁ ଗିରଫ କରିଛି ।  ଯୁବତୀ ଜଣକ ଗର୍ଭବତୀ ହେବା ପରେ ସାମାଜିକ ଭୟରେ ସେ ନିଜ ପ୍ରେମିକକୁ ରଶିରେ ଫାଶୀ ଦେଇ ହତ୍ୟା କରି ଶବକୁ ଜଙ୍ଗଲରେ ଫିଙ୍ଗିଦେବା ପରେ ଫେରାର ହୋଇଯାଇଥିଲା । କିନ୍ତୁ ମଙ୍ଗଳବାର ଦିନ ପୁଲିସ ଅଭିଯୁକ୍ତ ଭାଗବତ ଶରଣଙ୍କୁ ଗିରଫ କରି ଘଟଣାରେ ବ୍ୟବହୃତ ଦଉଡି ଜବତ କରି ଅଭିଯୁକ୍ତ ଙ୍କୁ ଜେଲ୍ ପଠାଇ ଦେଇଛି ।
ଅଭିଯୁକ୍ତ ଭାଗବତ ଶରଣ ଗୁଲଡିଆର ବାସିନ୍ଦା ଯିଏ ନିଜ ପ୍ରେମ କାହାଣୀକୁ ନିଜ ହାତରେ ଶେଷ କରିଥିଲା । ବାସ୍ତବରେ ଭଗବତ ଶରଣ ନିଜ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଏବଂ ପ୍ରେମ ସମ୍ପର୍କ ପରେ ହିଁ ଯୁବତୀ ଜଣକ ପାଞ୍ଚ ମାସର ଗର୍ଭବତୀ ହୋଇଥିଲା । ଯୁବତୀ ଗର୍ଭବତୀ ହେବା ପରେ ଦୁହେଁ ସାମାଜିକ ଭୟରେ ଶିକାର ହେବାକୁ ଲାଗିଲେ ଏବଂ ଯୁବତୀ ଯୁବକଙ୍କୁ ବିବାହ କରିବାକୁ ଚାପ କାଇବାକୁ ଲାଗିଲା । ବିବାହର ବାହାନା କରି ପ୍ରେମିକ ନିଜ ପ୍ରେମିକାକୁ ଏକ ନିଛାଟିଆ ସ୍ଥାନକୁ ଡାକି ହତ୍ୟା କରିଥିଲା ।
ଏହି ଘଟଣାରେ ଏସଏସି ରୋହିତ ସିଂ ସାଜୱାନ କହିଛନ୍ତି ଯେ ଦେବରନିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ସପ୍ତାହ ପୂର୍ବରୁ ଜଣେ ଯୁବତୀ ଙ୍କୁ ହତ୍ୟା କରିବା ପରେ ମୃତ ଦେହ ଜଙ୍ଗଲରେ ଫିଙ୍ଗା ଯାଇଥିଲା । ଏହି ଘଟଣା ପରେ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୁଲିସ ନିୟୋଜିତ କର।।ଇଥିଲା ,ଯାହା ପରେ ଇଲେକ୍ରେ୍ଟାନିକ୍ ତଦାରଖ ଏବଂ ସ୍ୱାଧୀନ ସାକ୍ଷୀମାନଙ୍କ ସହିତ କଥାବାର୍ତା ହେବା ପରେ ଏହି କଥା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking