39.1 C
Bhubaneswar
Tuesday, April 23, 2024
Homeଓଡିଶା୧୨୦ କିଲୋମିଟର ଚାଲି ଚାଲି ଆସିଲେ ୧୩ ଶ୍ରମିକ

୧୨୦ କିଲୋମିଟର ଚାଲି ଚାଲି ଆସିଲେ ୧୩ ଶ୍ରମିକ

ଗଞ୍ଜାମ : ଲକ୍ ଡାଉନ୍ ପରେ ସମସ୍ତ ଯୋଗାଯୋଗର ମାଧ୍ୟମ ଠପ୍ ହୋଇଯାଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରେ କାମ କରୁଥିବା ଦାଦନ ଶ୍ରମିକଙ୍କ ଅବସ୍ଥା ‌ଶୋଚନୀୟ ହୋଇପଡ଼ିଛି। କିଏ ଅନ୍ୟ ରାଜ୍ୟରେ ଫସି ରହି ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛି, ତ ଆଉ କିଏ ଉପାୟ ନପାଇ ଚାଲି ଚାଲି ପିଲାଛୁଆଙ୍କ ସହ ଭିଟାମାଟିକୁ ଫେରୁଥିବାର ଘଟଣା ସାମ୍ନାକୁ ଆସିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ।
ସୂଚନା ଅନୁଯାୟୀ, ଶନିବାର ୧୩ଜଣ ଶ୍ରମିକ ଭୁବନେଶ୍ବରରୁ ୧୨୦ କିଲୋମିଟର ଚାଲି ଚାଲି କୋଦଳାରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଘରେ ଛାଡ଼ିଥିବା ଜଣାପଡ଼ିଛି। ଶ୍ରମିକଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ଅଛନ୍ତି । ଏହି ଶ୍ରମିକମାନେ ଭୁବନେଶ୍ୱରର ପଟିଆଠାରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଲକ୍ ଡାଉନ୍ ପରେ ଟ୍ରେନ୍ ଓ ବସ୍ ସେବା ବନ୍ଦ ହୋଇଯାଇଥିବାରୁ ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ନିଜର ବୋଝ ଓ ଅତ୍ୟାବଶ୍ୟକ ସାମଗ୍ରୀ ମୁଣ୍ଡାଇ ସେଠାରୁ ଶୁକ୍ରବାର ଭିଟାମାଟି ଅଭିମୁଖେ ବାହାରିଥିଲେ। ଶନିବାର ସକାଳ ୧୧ଟାରେ କୋଦଳା ଚାରିଛକରେ ପହଞ୍ଚିଥିଲେ। କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଏହା ଜାଣିବା ପରେ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ପରେ ସମସ୍ତଙ୍କ ସ୍ବାସ୍ଥ୍ୟପରୀକ୍ଷା ସହ ରକ୍ତନମୁନା ସଂଗ୍ରହ କରାଯାଇଥିଲା। ଧରାକୋଟ ନିକଟ କାନଗିରିଡ଼ି, ଦଶମାଇଲି, ରୁମାଗଡ଼, ପୋଲସରା ବ୍ଲକର ମଥୁରା, ଆସିକାର କମାଗଡ଼ ଓ କବିସୂର୍ଯ୍ୟନଗର ଆଦି ବିଭିନ୍ନ ଅଞ୍ଚଳର ଏହି ଶ୍ରମିକଙ୍କୁ ଭିଟାମାଟିରେ ପହଞ୍ଚାଇବା ଲାଗି ପୁଲିସ ପକ୍ଷରୁ ଅଟୋ ବ୍ୟବସ୍ଥା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking