33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୧୩ କିନ୍ନରଙ୍କୁ ମିଳିଲା ପୋଲିସ କନେଷ୍ଟବଳ ପଦବୀରେ ନିଯୁକ୍ତି

୧୩ କିନ୍ନରଙ୍କୁ ମିଳିଲା ପୋଲିସ କନେଷ୍ଟବଳ ପଦବୀରେ ନିଯୁକ୍ତି

ରାୟପୁର : ଛତିଶିଗଡ ପୋଲିସ କିନ୍ନର ସମୁଦାୟ ଙ୍କ ଆତ୍ମବଳ ବଢାଇବା ପାଇଁ ଓ ସେମାନଙ୍କ ପ୍ରତି ସମାଜର ଧାରଣା ବଦଳାଇବା ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି । ଛତିଶିଗଡ ପୋଲିସରେ ୧୩ ଜଣ କିନ୍ନରଙ୍କୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ କନେଷ୍ଟବଳ ପଦବୀରେ ନିଯୁକ୍ତି କରିଛନ୍ତି । ଏହି ସମସ୍ତଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ ବଛାଯାଇ ନିଯୁକ୍ତି କରାଯାଇଛି । ରାୟପୁର ଜିଲ୍ଲାରୁ ୮ ଜଣ , ରାଜନନ୍ଦ ଗାଁରୁ ୨ ଜଣ , ବିଳାସପୁରା ଗାଁରୁ ୨ ଜଣ , କୋରବା,ସରୁଜା ଗାଁରୁ ଜଣେ ଲେଖାଏଁ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି । ଏହା ନେଇ ମହାନିର୍ଦ୍ଦେଶକ ଅବସ୍ଥୀ ସୂଚନା ଦେଇଛନ୍ତି ।

ସେ ସମସ୍ତ ଚୟନ କରାଯାଇଥିବା ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସ୍ୱାଗତ କରିଛନ୍ତି । ସେ କହିଥିଲେ ଯେ ଆଗାମୀ ସମୟରେ ଏହି ସମୁଦାୟରୁ ଆଉ ମଧ୍ୟ ପୋଲିସ ସେବାରେ ନିୟୋଜିତ ହେବେ । ରାଜ୍ୟର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ ଯେ, ୨୦୧୭-୧୮ରେ କନେଷ୍ଟବଳ ପୋଷ୍ଟ ପାଇଁ ପରୀକ୍ଷା ଆୟୋଜିତ କରାଯାଇଥିଲା ଓ ଏହି ମାସ ୧ ତାରିଖରେ ପରୀକ୍ଷା ଫଳ ବାହାରିଥିଲା ।
କନେଷ୍ଟବଳ ପରୀକ୍ଷାରେ ଚୟନ ହୋଇଥିବା କିନ୍ନର ଶିବନ୍ୟା ତଥା ରାଜେଶ କହିଥିଲେ କି ସେ କେବେ ଭାବି ନଥିଲେ ତାଙ୍କୁ ପୋଲିସ ପୋଷାକ ପିନ୍ଧିବାର ସୌଭାଗ୍ୟ ମିଳିବ ବୋଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking