37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶସେପ୍ଟେମ୍ବରରେ ତୃତୀୟ ଲହର, ଅକ୍ଟୋବରରେ ପିକ୍ : ଶିଶୁଙ୍କ ଟିକାକରଣ ଜରୁରୀ

ସେପ୍ଟେମ୍ବରରେ ତୃତୀୟ ଲହର, ଅକ୍ଟୋବରରେ ପିକ୍ : ଶିଶୁଙ୍କ ଟିକାକରଣ ଜରୁରୀ

ନୂଆଦିଲ୍ଲୀ:  କରୋନାର ଦ୍ୱିତୀୟ ଲହରର ଭୟାବହତା ମନରୁ ନଲିଭୁଣୁ ଦେଶରେ ତୃତୀୟ ଲହରର ଆଶଙ୍କା ଦେଖାଦେଇଛି । ଦେଶରେ ସେପ୍ଟେମ୍ବରର ଅନ୍ତିମ ସପ୍ତାହ ବେଳକୁ ତୃତୀୟ ଲହରର ପ୍ରଭାବ ଦେଖାଯିବ । ଅକ୍ଟୋବର ବେଳକୁ ଏହା ପିକ୍ ଅବସ୍ଥାରେ ରହିବ । ଅକ୍ଟୋବରରେ ଦୈନିକ ୫ ଲକ୍ଷ ମାମଲା ଆସିବାର ଆଶଙ୍କା ରହିଛି । ପାଖାପାଖି ୨ ମାସ ପର୍ଯ୍ୟନ୍ତ ପୁଣିଥରେ ଦେଶବାସୀଙ୍କୁ କରୋନା ମହାମାରୀ ସହିତ ଯୁଝିବାକୁ ପଡ଼ିପାରେ । କିଛି ରାଜ୍ୟରେ ପୁଣିଥରେ ଲକ୍‌ଡାଉନ୍ ଲାଗୁ କରିବାକୁ ପଡ଼ିପାରେ । ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବାକୁ ସରକାର ଏବେଠାରୁ ଜରୁରିକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଏକ କମିଟି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ସତର୍କ କରାଇଛି । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର୍ ମ୍ୟାନେଜ୍‌ମେଣ୍ଟ୍ (ଏନ୍‌ଆଇଡିଏମ୍‌) ଦ୍ୱାରା ଗଠିତ ଏକ କମିଟି ଅକ୍ଟୋବରରେ କରୋନା ସଂକ୍ରମଣ ପିକ୍‌ରେ ପହଞ୍ଚିବା ନେଇ ଚେତାବନୀ ଦେଇଛି ।

ତୃତୀୟ ଲହରର ପ୍ରଭାବ ଶିଶୁମାନଙ୍କ ଉପରେ ଅଧିକ ରହିବା ନେଇ କମିଟି ଚେତାବନୀ ଦେଇଛି । ଏବେଠାରୁ ସରକାର ଏ ନେଇ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ଅର୍ଥାତ୍ ତୃତୀୟ ଲହରକୁ ସାମ୍ନା କରିବା ପାଇଁ ଆଲର୍ଟ ରହିବାକୁ କହିଛି କମିଟି । ଗଠିତ ପ୍ୟାନେଲ୍ ହସ୍ପିଟାଲ୍‌କୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ କହିଛି । ଦେଶରେ ଶିଶୁମାନଙ୍କ ପାଇଁ ହସ୍ପିଟାଲ୍‌, ହସ୍ପିଟାଲ୍‌ରେ ପର୍ଯ୍ୟାପ୍ତ ପରିମାଣରେ ଶଯ୍ୟା, ଡାକ୍ତର, ଭେଣ୍ଟିଲେଟର୍‌, ମେଡିକାଲ୍ କର୍ମଚାରୀ, ଅକ୍ସିଜେନ୍ ତଥା ଆମ୍ବୁଲାନ୍ସର ଉପଲବ୍‌ଧତା ନେଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛି କମିଟି । ତୃତୀୟ ଲହରର ପ୍ରଭାବ ଅଧିକତର ଶିଶୁ ତଥା ଯୁବକମାନଙ୍କ ଉପରେ ଦେଖାଯିବାର ସମ୍ଭାବନା ଥିବାରୁ ଏ ନେଇ ଅଧିକ ସତର୍କତା ତଥା ସାବଧାନତା ଅବଲମ୍ବନ କରାଯିବା ଉଚିତ୍ ।

ସମ୍ପ୍ରତି ଶିଶୁମାନଙ୍କର ଟିକାକରଣ ନେଇ ପ୍ରସ୍ତୁତି ଜାରିରହିଛି । କମିଟି ବୃହତ୍ ସଂଖ୍ୟାରେ ଶିଶୁମାନଙ୍କ ଟିକାକରଣ ନେଇ ଆବଶ୍ୟତା ରହିଛି ବୋଲି କହିଛି । ଏହାସହିତ ଶିଶୁମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ହସ୍ପିଟାଲ୍‌ରେ ଆକ୍ରାନ୍ତ ଶିଶୁଙ୍କ ଗାର୍ଡିଆନ୍ ଯେପରି ରହିପାରିବେ ସେ ନେଇ ପଦକ୍ଷେପ ନେବାକୁ କହିଛି । ପୂର୍ବରୁ ନିତି ଆୟୋଗର ସ୍ୱାସ୍ଥ୍ୟ ବିଭାଗର ସଦସ୍ୟ ଭିକେ ପାଲ୍‌ଙ୍କ ନେତୃତ୍ୱରେ ଗଠିତ ଟିମ୍ ମଧ୍ୟ ଏ ନେଇ ଚେତାବନୀ ଦେଇଥିଲେ । ଭବିଷ୍ୟତରେ ମାମଲା ବଢ଼ିଲେ ପ୍ରତ୍ୟେକ ୧୦୦ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିବ ବୋଲି ସେ ରିପୋର୍ଟ ଦେଇଥିଲେ । ଏଥର ପରିସ୍ଥିିତି ଅଧିକ ଗମ୍ଭୀର ହେବାର ଅନୁମାନ କରାଯାଉଛି । ଫଳରେ ପ୍ରଥମରୁ ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବା ଦରକାର ବୋଲି ନିତି ଆୟୋଗ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking