ସନ୍ଧ୍ୟା ୫ ରୁ ସକାଳ ୬ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ, ଠିକାଦାର ପଡା କଣ୍ଟେନମେଣ୍ଟ ଜୋନ ଘୋଷିତ

ବଲାଙ୍ଗିର : ଦିନକୁ ଦିନ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଯ୍ୟନ୍ତ ହାତ ଗଣତି କିଛି ସଂକ୍ରମିତଙ୍କୁ ଛାଡିଦେଲେ ପ୍ରାୟ ସମସ୍ତେ ସ୍ଥାନୀୟ ସଂକ୍ରମଣ ର ଶିକାର ହୋଇଥିବା ସରକାରି ପରିକ୍ଷା ରିପୋର୍ଟ ର ଜଣା ପଡିଛି । ତେବେ ଜିଲ୍ଲା ତଥା ସହରରେ ସ୍ଥାନୀୟ ସଂକ୍ରମଣ କୁ ରୋକିବା ସହିତ ସାମାଜିକ ଦୁରତ୍ୱ ରାକ୍ଷା ଓ କରୋନା ମୁକାବିଲାକୁ ଆହୁରି ମଝବୁତ କରିବା ପାଇଁ ଜିଲ୍ଲା ପ୍ରଶାସନ ଆସନ୍ତା ୩୧ଜୁଲାଇ ପର୍ଯ୍ୟନ୍ତ ସଂନ୍ଧ୍ୟା ୫ ରୁ ସକାଳ ୬ ପଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ସହରର ହାତିଶାଳ ପଡାରେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଏ ପର୍ଯ୍ୟନ୍ତ ୪୦ଜଣ ରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ହୋଇଥିବାବେଳେ, ନିକଟସ୍ଥ ଠିକାଦାର ପଡାରେ ମଧ୍ୟ ଗତକାଲି ଜଣେ ରୋଗି ସ୍ଥାନୀୟ ସଂକ୍ରମଣରେ ସଂକ୍ରମିତ ହୋଇଥିବା ସରକାରି ରିପୋର୍ଟ ରୁ ପ୍ରକାଶ ପାଇଥିବା ବେଳେ ଆଜି ଏହି ପଡାରୁ ଆଉ କିଛି ରୋଗି ସଂକ୍ରମିତ ଚିହ୍ନଟ ହୋଥିବା କୁହାଯାଇଛି । ତେବେ ଏହି ଅଂଚଳରେ ଲୋକଙ୍କ ଯିବା ଆସିବା ରୋକିବା ପାଇଁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘିଷଣା କରିଛନ୍ତି । ସେହି କ୍ରମରେ ଠିକାଦାର ପଡାର ଗୌରି ଶଙ୍କର ନାଏକଙ୍କ ଘର,ତ୍ରିଲୋଚନ ବେହେରାଙ୍କ ଘର ଓ ନୁରା ମେନସନ କୁ ବଫର ଜୋନ ଘୋଷଣା କରାଯାଇଛି । ଏହି ଅଂଚଳ ରେ ସମସ୍ତ ବେସରକାରି ଯାନ ବାହାନ ଚଳାଚଳ, ଦୋକାନ ବଜାର ବନ୍ଦ କରାଯିବା ସହ ଅଂଚଳବାସୀଙ୍କୁ ଘରେ ରହିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।