34.1 C
Bhubaneswar
Friday, March 29, 2024
Homeଅପରାଧଆଦର୍ଶ ଥାନା ଅଞ୍ଚଳରେ ଫିଲ୍ମ ଷ୍ଟାଇଲ ରେ ଲୁଟ, ବ୍ୟବସାୟୀ ଘରେ କଳା କନାବୁଲାଇଲେ ଡକାୟତ

ଆଦର୍ଶ ଥାନା ଅଞ୍ଚଳରେ ଫିଲ୍ମ ଷ୍ଟାଇଲ ରେ ଲୁଟ, ବ୍ୟବସାୟୀ ଘରେ କଳା କନାବୁଲାଇଲେ ଡକାୟତ

ଭବାନୀପାଟଣା /କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ ୯ର ବିଶିଷ୍ଟ ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ବାସଭବନରୁ ଗତ କାଲି ମଧ୍ୟ ରାତି ସମୟରେ କିଛି ଦୁବୃର୍ତ୍ତ ଘରର ପଛ ପଟ ରୋଷେଇ ଘର ର କବାଟ ଭାଙ୍ଗି ୮ ରୁ ୯ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ପରିବାର ସମସ୍ତ ଲୋକଙ୍କୁ ଖଣ୍ଡା ତଲବାର ଦେଖାଇ ଧମକ ଦେଇ ରଶିରେ ମୁଁହ, ଗୋଡ଼ ଓ ହାତ ବାନ୍ଧି ନଗଦ ୬ ଲକ୍ଷ ଟଙ୍କା ସୁନା ଓ ରୂପା ଗହଣା ଚୋରି କରି ନେଇଯାଇ ଥିଲେ । ସୁବାସ ଅଗ୍ରୱାଲଙ୍କ କହିବା ଅନୁଯାୟୀ ଦୂର୍ବୁର୍ତ୍ତ ମାନେ ହିନ୍ଦୀ ଓ ବିହାରି ଭାଷାରେ କଥା ବାର୍ତ୍ତା ହେଉଥିଲେ । ଏ ଠାରେ ପ୍ରକାଶ ଥାଉ କି ସୁବାସ ଅଗ୍ରୱାଲ କେସିଙ୍ଗା ସହରର ଜଣେ ଜଣାଶୁଣା ବ୍ୟବସାୟୀ ତାଙ୍କର କେସିଙ୍ଗାରେ ଏକ କୃଷି ଯନ୍ତ୍ରପାତି କାରଖାନା ଅଛି । ଖବର ପାଇ କେସିଙ୍ଗା ଆଇ ଆଇସି ସତ୍ୟକୁମାର ନନ୍ଦ ଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାପଡିଛି । ଭବାନୀପାଟଣାରୁ ସାଇନଟିଫିକ ଟିମ୍ ଓ ସନ୍ଧାନି କୁକୁର ଆଣି ତଦନ୍ତ କରାଯାଉଛି । କେସିଙ୍ଗାରେ ଯାତାୟାତର ସମସ୍ତ ସୁବିଧା ଥିବାରୁ ବାହାର ରାଜ୍ୟ ଓ ଜିଲ୍ଲାରୁ ଚୋରମାନେ ଆସି ଚୋରି କରି ପଳାଇ ଯାଇଥିବା ଅନୁମାନ କରାଯାଉଛି । ତେଣୁ ଏଠାରେ ପୋଲିସର ରାତ୍ରି ପେଟ୍ରୋଲିଙ୍ଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।କେସିଙ୍ଗା ଏକ ଆଦର୍ଶ ଥାନା ଓ ଏଠାରେ ଚୋରି ଡକାୟତି କମ ବୋଲି ପୁଲିସ କହୁଥିବା ବେଳେ ଡକାୟତ ମାନେ ପୋଲିସକୁ ଖୋଲାଖୋଲି ଚେଲେଞ୍ଜ କରୁଛନ୍ତି lକଳାହାଣ୍ଡି ଏସପି ଅଭିଳାଶ ଜି ମଧ୍ୟ ଏହି ଘଟଣା ଉପରେ ନଜର ରଖିଥିବା ପ୍ରକାଶ କରିଛନନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking