ଭୁବନେଶ୍ୱର: ବିଶ୍ୱାସେ ମିଳଇ ହରି ତର୍କେ ବହୂ ଦୂର । ଏ ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଗାଲୁସାହି ପଞ୍ଚାୟତ ଖପରାସାହି ଗ୍ରାମରେ । ଏହି ଗ୍ରାମର ଭଗବାନ ଘଣା ପ୍ରତ୍ୟେକ ବର୍ଷ ଖନ୍ଦାମଡା ପର୍ବ ପାଳନ କରି ଆସୁଛନ୍ତି। ଚଳିତବର୍ଷ ମଧ୍ୟ ଖନ୍ଦାମଡା ପର୍ବ ପାଳନ କରିଛନ୍ତି l ଗ୍ରାମାଞ୍ଚଳରେ ଦୁର୍ଗାପୂଜା ପରେ ପରେ ହିଁ ଏହି ନିଆରା ପର୍ବ ଆରମ୍ଭ ହୋଇଥାଏ l ବର୍ଷକ ଭିତରେ ଯାହାର ଯେ କୌଣସି ଅସୁବିଧା ହେଲେ ଦେହୁରୀଙ୍କ ମାଧ୍ୟମରେ ମା’ଙ୍କ ନିକଟରେ ନିଜର ଅସୁବିଧା କଥା କହି ଗୁହାରି ଜଣାଇଥାନ୍ତି l ଦେହୁରୀ ମଧ୍ୟ ମା’ଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଗୁହାରି ନେଇ ପୂଜାପାଠ କରିଥାନ୍ତି l ସେଥିରେ ଶ୍ରଦ୍ଧାଳୁ ସୁଫଳ ମଧ୍ୟ ପାଇ ଆସୁଛନ୍ତି। ସୁଫଳ ପାଇଲେ ମା’ଙ୍କ ନିକଟରେ ମାନସିକ ଅର୍ପଣ କରନ୍ତି l ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ମାନେ କଣ୍ଟାରେ ଗଡି, ନିଆଁରେ ଚାଲନ୍ତି l ମାନସିକ ପୂରଣ କରି ମା’ଙ୍କୁ ଖୁସି କରନ୍ତି ଶ୍ରଦ୍ଧାଳୁ l ଦେହୁରୀଙ୍କ କହିବା ଅନୁଯାୟୀ କଣ୍ଟାରେ ଚାଲିବା ନିଆଁରେ ଗଡିବା ମା’ଙ୍କ ପସନ୍ଦ । ହେଲେ ମା’ଙ୍କ କରୁଣାରୁ ଏଠାରେ ଆମର ଶ୍ରଦ୍ଧାଳୁଙ୍କ କେବେ ବି କିଛି ଅସୁବିଧା ହୁଏ ନାହିଁ l ମୋଟା ମୋଟି ଦେଖିବାକୁ ଗଲେ ଅନ୍ୟର ସୁଖ ପାଇଁ, ଅନ୍ୟର ଖୁସି ପାଇଁ ଦେହୁରୀ ନିଜେ କଷ୍ଟ ସହନ୍ତି l ଯାହାକି କଣ୍ଟାରେ ଗଡ଼ିଲେ ଦେହରେ କଣ୍ଟା ଫୋଡ଼ି ହେଉନି କିମ୍ବା ନିଆଁରେ ଚାଲିଲେ ପାଦ ଫୋଟକା ହେଉନାହିଁ l ଏହାକୁ ନେଇ ଦୁର୍ଗାପୂଜାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏବଂ ପଡୋଶୀ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l ଯେଉଥିପାଇଁ ଏଠାରେ ଗୋଟିଏ ଦିନ ମେଳା ଲାଗିବା ସହିତ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ l










