38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶସ୍ୱର୍ଗର ଅନୁଭବ ଦେବ ଏହି ୫ଟି ସ୍ଥାନ

ସ୍ୱର୍ଗର ଅନୁଭବ ଦେବ ଏହି ୫ଟି ସ୍ଥାନ

ନୁଆଦିଲ୍ଲୀ : ସ୍ୱର୍ଗ ଯିବାର ଇଛା ତ ସମସ୍ତଙ୍କର ଥାଏ । କିନ୍ତୁ ଏହା ଏତେ ସହଜ ନୁହେଁ । କଥାରେ କୁହାଯାଏ ଯେ ‘ନିଜେ ନମଲେ ସ୍ୱର୍ଗ ଦେଖିହେବନି’ । କିନ୍ତୁ ଏହା କେତେ ଦୂର ସତ୍ୟ ତାହା ତ ଆମକୁ ଜଣାନାହିଁ । କିନ୍ତୁ ଆମକୁ ଏମିତି କିଛି ସ୍ଥାନ ସମ୍ପର୍କରେ ଜଣା ଅଛି ଯେଉଁଠି ଆପଣ ନିଜେ ସ୍ୱର୍ଗକୁ ଦେଖିପାରିବେ ଏବଂ ତାହା ପୁଣି ସ୍ୱଶରୀରରେ । ଅବଶ୍ୟ ଏହା ପ୍ରକୃତ ସ୍ୱର୍ଗ ନୁହେଁ କିନ୍ତୁ ଆପଣ ଏଠାରେ ବୁଲିଲେ ଆପଣଙ୍କୁ ସ୍ୱର୍ଗ ଭଳି ଅନୁଭବ ହେବ । ତେବେ ଏହି ସମସ୍ତ ସ୍ଥାନ ମାଟି ତଳେ ହିଁ ରହିଛି । ଚାଲନ୍ତୁ ଜାଣିବା…

ଆମେରିକାରେ ମିସୌରୀ ପ୍ରାନ୍ତରେ ସ୍ଥିତ ଏହି ଗୁମ୍ଫା ୧୮୮୦ ମସିହାରେ ସନ୍ଧାନ କରାଯାଇଥିଲା । ଏହାର ନାମ ଓଜାକ୍ସ କଭେନର୍ସ । ଏହି ଗୁମ୍ଫା ଏଞ୍ଜେଲ ଶାଭର୍ସ ନାମରେ ଫେମସ ପାଣିଧାରା ପାଇଁ ଫେମସ । ଏହି ଗୁମ୍ଫାର ଛାତରୁ ପାଣିର ଅନେକ ଧାରା କଲ୍ସାଇଟରେ ପ୍ରସ୍ତୁତ ବାଥଟବ ଭଳି ଆକୃତିରେ ଖସୁଥିବା ଦେଖାଯାଏ । ଏହି ମନମୁଗ୍ଧକର ଦୃଶ୍ୟ ଦେଖି ଏମିତି ଲାଗେ ଯେମିତି ଆପଣ ସ୍ୱର୍ଗକୁ ଚାଲିଆସିଛନ୍ତି ।

ଅଲଗା ଅଲଗା ରଙ୍ଗର ଲାଇଟରେ ସଜ୍ଜିତ ଲାଇମଷ୍ଟୋନର ଏହି ଗୁମ୍ଫା ପ୍ରାୟ ୧୮୦ ମିଲିୟନ ବର୍ଷ ପୂରୁଣା । ଚାଇନାରେ ସ୍ଥିତ ଏହି ଗୁମ୍ଫାକୁ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟପେ ଜଣେ ଜାପାନୀ ସୈନିକ ଖୋଜିଥିଲେ । ଏହା ରିଡ୍ ଫ୍ଲୁଟ୍ ଗୁମ୍ଫା ନାମରେ ଜଣାଯାଏ । କୁହାଯାଏ ଯଦି ବିଶ୍ୱରେ କେଉଁଠି ସ୍ୱର୍ଗ ଅଛି ତେବେ ତାହା ବିଲକୁଲ୍ ଏମିତି ହୋଇଥିବ ।

ଏହା ବିଶ୍ୱର ସବୁଠାରୁ ଲମ୍ବା ଭୂମିଗତ ନଦୀ । ଏହାକୁ ପ୍ୟୁର୍ଟୋ ପ୍ରିନ୍ସେସାର ଭୂମିଗତ ନଦୀ ନାମରେ ଜଣାଯାଏ । ୨୦୧୨ ମସିହାରେ ବିଶ୍ୱର ୭ ନୂଆ ଆଶ୍ଚର୍ଯ୍ଯ ମଧ୍ୟରେ ସାମିଲ କରାଯାଇଥିବା ଏହି ଭୂମିଗତ ନଦୀ ଫିଲିପିନ୍ସର ପଲାୱନ ଦ୍ୱୀପରେ ସ୍ଥିତ । ଏଠାର ଦୃଶ୍ୟ ବହୁତ ବିରଳ ଏବଂ ମନମୁଗ୍ଧକର ।

ରୋମାନିୟାର ଟ୍ରାସିଲ୍ବାନିୟାର ନିକଟରେ ସ୍ଥିତ ଏହି ଲୁଣ ଖଣି ୧୯୯୨ ମସିହାରେ ସାଧାରଣ ପର୍ଯ୍ଯଟକଙ୍କ ପାଇଁ ଖୋଲା ଯାଇଥିଲା । ସେବେଠାରୁ ଆଜି ପର୍ଯ୍ଯନ୍ତ ୨୦ ଲକ୍ଷରୁ ଅଧିକ ପର୍ଯ୍ଯଟକ ଏହାର ଦୃଶ୍ୟକୁ ଉପଭୋଗ କରିସାରିଲେଣି । ଏହାକୁ ସଲିନା ତୁରଡା ନାମରେ ଜଣାଯାଏ ।

ଗ୍ଲୋୱାର୍ମ ନାମରେ ଫେମସ ଏହି ଖାସ୍ ଫଙ୍ଗସ୍ କେବଳ ନ୍ୟୁଜିଲାଣ୍ଡରେ ଦେଖାଯାଆନ୍ତି । ଗ୍ଲୋୱାର୍ମ ଯୋଗୁଁ ଏହି ଗୁମ୍ଫାରେ ସବୁବେଳେ ଏକ ଅଜବ ପ୍ରକାର ଚମକ ରହିଥାଏ । ଏହାର ନାମ ୱାଇଟୋମୋ ଗ୍ଲୋୱାର୍ମ ଗୁମ୍ଫା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking