ଭୁବନେଶ୍ୱର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତକାଲି ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ । ତେବେ ତାପମାତ୍ରା ବଢ଼ିଲେ ମଧ୍ୟ ଆସନ୍ତା ୫ଦିନ ପର୍ଯ୍ୟନ୍ତ ହିଟୱେଭ୍ ସ୍ଥିତି ଉପୁଜିବ ନାହିଁ । ଏହାବ୍ୟତୀତ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବାତ୍ୟା ‘ରେମାଲ’ ପ୍ରଭାବରେ ଆଜି ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ଜଗତସିଂହପୁରରେ ୩୦.୩ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକରେ ୨୫, ପାରାଦୀପରେ ୨୭.୨, ଚାନ୍ଦବାଲିରେ ୨୪.୭, ବାଲେଶ୍ୱରରେ ୨୩.୪, ବାରିପଦାରେ ୧୦.୪ ମିମି ବର୍ଷା ହୋଇଛି ।
କଟକ, ଭୁବନେଶ୍ୱର, ପୁରୀ, କେନ୍ଦୁଝର, ତାଳଚେର, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି । ସେହିପରି ନୂଆପଡ଼ାରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୦.୭ ଓ ସମ୍ବଲପୁରରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ରାଜ୍ୟରେ ଆଜି ୮ଟି ଜିଲ୍ଲାର ତାପମାତ୍ରା ୪୦ଂ ତଥା ତାହାଠାରୁ ଅଧିକ ରହିଥିଲା । ସେଥିରୁ ସମ୍ବଲପୁରରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୭ଂ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୦.୨, ନୂଆପଡ଼ା ୪୦.୪ଂ, ବଲାଙ୍ଗୀର ୪୦.୩ଂ, ସୋନପୁର ୪୦ଂ, ଭବାନୀପାଟଣା ୪୦ଂ, ସୁନ୍ଦରଗଡ଼ ୪୦ଂ ଓ ଟିଟିଲାଗଡ଼ରେ ପାରଦ ୪୦ଂ ରେକର୍ଡ କରାଯାଇଛି । ସେହିପରି କଟକରେ ଦିନର ତାପମାତ୍ରା ୩୫.୮ଂ ଓ ଭୁବନେଶ୍ୱରରେ ୩୭.୭ଂ ରହିଥିଲା । ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା ୩୩.୨ଂ ରେକର୍ଡ କରାଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।