27.1 C
Bhubaneswar
Friday, March 29, 2024
Homeଓଡିଶା୧୬ରୁ ହେବ ସ୍ପେଶାଲ୍ ଡ୍ରାଇଭ୍‌

୧୬ରୁ ହେବ ସ୍ପେଶାଲ୍ ଡ୍ରାଇଭ୍‌

ଭୁବନେଶ୍ୱର: ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏଁ ସ୍ପେଶାଲ୍ ଡ୍ରାଇଭ କରିବାକୁ ଯାଉଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି(ଏସ୍‌ଟିଏ) । ରାଜ୍ୟରେ ଦେଇଯାଇଥିବା ସବୁ ଜାତୀୟ ରାଜପଥ ଓ ରାଜପଥରେ ଏସ୍‌ଟିଏ ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯିବ । ସ୍ପେଶାଲ ଡ୍ରାଇଭ ବେଳେ ବାଇକରେ ୩ ଜଣ ଯିବା ଧରାପଡ଼ିଲେ ଦଣ୍ଡିତ ହେବେ । ୧୮ ବର୍ଷରୁ କମ୍ ପିଲା ଗାଡ଼ି ଚଳାଉ ଥିଲେ ମଧ୍ୟ ଦଣ୍ଡିତ ହେବେ । ହେଲମେଟ୍ ପିନ୍ଧି ନ ଥିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଠିକ୍ ସେହିପରି ପିଲଅନ୍ ରାଇଡର ହେଲମେଟ୍ ପିନ୍ଧି ନ ଥିଲେ ଚାଳକଙ୍କ ଲାଇସେନ୍ସ ୩ ମାସ ବାତିଲ କରାଯିବ ବୋଲି ଏସ୍‌ଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

୨୦୨୧ ମସିହାରେ ବାଇକ୍ ଦୁର୍ଘଟଣାରେ ୧୩୦୮ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ଭିତରୁ ୮୬୮ ଜଣ ବାଇକ୍ ଚାଳକ ହୋଇଥିବା ବେଳେ ୪୪୦ ଜଣ ପିଲଅନ୍ ଥିଲେ । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ବ୍ୟକ୍ତି ହେଲ୍‌ମେଟ୍ ପିନ୍ଧି ନଥିଲେ । ଠିକ୍‌? ସେମିତି ବାଇକ୍ ଦୁର୍ଘଟଣାରେ ୧୨୮୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୪୭ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସୂଚନାରୁ ପ୍ରକାଶ, ଦୁର୍ଘଟଣା ରୋକିବା ପାଇଁ ବାଇକ୍ ଚାଳକ ଓ ପଛରେ ବସୁଥିବା ବ୍ୟକ୍ତିଙ୍କ ହେଲ୍‌ମେଟ୍ ବାଧ୍ୟତାମୂଳକ କରାଯାଇଛି ।

ଏହା ସତ୍ତ୍ୱେ କେତେକ ବେପରୁଆ ବ୍ୟକ୍ତି ବିନା ହେଲ୍‌ମେଟ୍ ଦ୍ରୁତ ଗତିରେ ଗାଡ଼ି ଚଳାଉଛି । ଯାହାଫଳରେ ସେମାନେ ଦୁର୍ଘଟଣାରେ ପଡ଼ିବା ସହିତ ଅନ୍ୟକୁ ମୃତ୍ୟୁ ମୁହଁକୁ ଠେଲି ଦେଉଛନ୍ତି । ଠିକ୍ ସେମିତି କେତେକ ଶିକ୍ଷକ ଅଭିଭାବକ ବେପରୁଆ ଭାବେ ନିଜର ପିଲାଙ୍କୁ ଗାଡ଼ି ଚଳାଇବାକୁ ଦେଇଦେଉଛନ୍ତି । ସେମାନେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଦୁର୍ଘଟଣାରେ ଶିକାର ହେଉଛନ୍ତି । ଏହା ଉପରେ ରୋକ ଲଗାଇବା ପାଇଁ ଏସ୍‌ଟିଏ ଏପରି ସ୍ପେଶାଲ୍ ଡ୍ରାଇଭ୍ କରିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking