27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ଜିରୋ ନାଇଟ ମନା

ଭୁବନେଶ୍ୱରରେ ଜିରୋ ନାଇଟ ମନା

ଭୁବନେଶ୍ୱର,(ଓଏନଏ ):ଭୁବନେଶ୍ୱର ମହାନଗର ଅଂଚଳରେ ଚଳିତଥର ସେଲିବ୍ରେସନ ହେବନି ଜିରୋ ନାଇଟ । ଜିରୋ ନାଇଟ ବାରଣ ନେଇ ବିଏମସି କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ହୋଟେଲ, କ୍ଲବ, କନଭେନସନ ହଲ୍‌, କଲ୍ୟାଣ ମଣ୍ଡପରେ ଏସବୁ ଉପରେ ରୋକ ଲଗାଯାଇଛି । ଏହାକୁ ବାଦ ଦେଲେ ଅନ୍ୟ କୌଣସି ଜାଗାରେ ମଧ୍ୟ ଅଧିକ ଲୋକ ସମାଗମ ହେବା ମଧ୍ୟ ମନା କରାଯାଇଛି । ନିଜ ଘରେ ପରିବାର ସହ ନୂଆବର୍ଷ ପାଳିବାକୁ ବିଏମସି ପକ୍ଷରୁ କୁହାଯାଇଛି । ମହାମାରୀ କରୋନା ପାଇଁ ଚଳିତ ଥର ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗହଳି ହେଲେ ସଂକ୍ରମଣ ବଢିବାର ଆଶଙ୍କା ରହିଥିବାରୁ ଏହିସବୁ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି । ଗୋଟିଏପଟେ ମହାମାରୀ କରୋନା ହ୍ରାସ ପାଇଥିଲେ ବି ସଂକ୍ରମଣ ଜାରି ରହିଛି । ଅନ୍ୟପଟେ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ମିଳିବା ପରେ ତାକୁ ନେଇ ଚିନ୍ତା ବଢିଛି । 

ସେହିଭଳି କଟକ ମହାନଗର ଅଂଚଳରେ ଜିରୋ ନାଇଟ୍ ସେଲିବ୍ରେସନ ହେବ ନାହିଁ । ହୋଟେଲ, କ୍ଲବ, କନଭେନସନ ହଲ୍‌, କଲ୍ୟାଣ ମଣ୍ଡପରେ ଏହି କଟକଣା ଲାଗିଛି । ଅନ୍ୟ କୌଣସି ସ୍ଥାନରେ ବି ଜିରୋ ନାଇଟ ପାଳନକୁ ଅନୁମତି ନାହିଁ । ନିଜ ଘରେ ପରିବାର ସହ ନୂଆବର୍ଷ ପାଳିବାକୁ ସିଏମସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking