31.1 C
Bhubaneswar
Friday, March 29, 2024
HomeUncategorizedଆଜି ବି ଅବହେଳିତ ଶ୍ରମିକ

ଆଜି ବି ଅବହେଳିତ ଶ୍ରମିକ

ଭୁବନେଶ୍ୱର: ମେ ମାସକୁ ସମଗ୍ର ବିଶ୍ୱରେ ‘ବିଶ୍ୱ ଶ୍ରମିକ ଦିବସ’ ଭାବରେ ପାଳନ କରାଯାଏ । ଦିନରାତି ଅହରହ ପରିଶ୍ରମ କରୁଥିବା ଶ୍ରମିକଟି ପାଇଁ ଏହା ହେଉଛି ସମ୍ମାନର ଦିନ । ଏହି ଦିନ ଅନେକ ଅଫିସକୁ ଛୁଟି ଘୋଷଣା କରାଯାଏ । ଏହାବାଦ ଅନେକ ଜାଗାରେ ପାର୍ଟି ଓ ମିଠା ଖୁଆଇ ଶ୍ରମିକ ଦିବସକୁ ଧୁମଧାମରେ ସେଲିବ୍ରେସନ ମଧ୍ୟ କରାଯାଏ । ତେବେ ଶ୍ରମିକମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରୁଛନ୍ତି । ହେଲ ଅଣସଂଗଠିତ କ୍ଷେତ୍ରରେ ବିଶେଷ ଭାବରେ ଶ୍ରମିକମାନେ ଅନେକ ହଇରାଣ ଏବଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ଓଳି ଖାଇବା ଯୋଗାଡ କରିବା ଆଜି ବି ସେମାନଙ୍କ ପାଇଁ କଷ୍ଟ । ସରକାର ଯୋଜନା କରୁଛନ୍ତି ସତ । ହେଲେ ସବୁବେଳେ ଏହା ଶ୍ରମିକମାନଙ୍କ ପାଖରେ ପହଞ୍ଚିପାରୁନାହିଁ । ସେମାନେ ଆଜି ବି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଯୋଜନାର ଫାଇଦା ନେଇପାରୁନାହାନ୍ତି । ଆଜି ବି ସେମାନେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଶ୍ରମିକମାନେ ଯେପରି ଭଲରେ ରହିବେ, ଖାଇବେ ଆଉ ଜୀବନ ବିତାଇବେ ସେଥିପାଇଁ ସରକାର ଦୃଷ୍ଟି କେନ୍ଦ୍ରିତ କରୁଛନ୍ତି । ମାତ୍ର ତାହା ଶତ ପ୍ରତିଶତ ସମ୍ଭବ ହୋଇପାରୁନାହିଁ । କେବଳ ମେ ମାସର ପ୍ରଥମ ଦିନକୁ ଶ୍ରମିକ ଦିବସ ରୂପେ ପାଳନ କଲେ ଶ୍ରମିକଙ୍କର କିଛି ବି ଉପକାର ହେଉନାହିଁ । ସବୁଦିନ ପରି ତାଙ୍କ ଜୀବିକା ନିର୍ବାହ ପ୍ରଣାଳୀ ସେମିତି ହିଁ ରହୁଛି । ସମାଜରେ ଯେପରି ତାର କୌଣସି ମହତ୍ତ୍ୱ ନାହିଁ । କେହି ବି ଗୋଟିଏ ଶ୍ରମିକକୁ ଗୁରୁତ୍ୱ ଦିଅନ୍ତି ନାହିଁ । ତାହେଲେ କାହିଁକି ଆମେ ପାଳନ କରିବା ଏହି ଶ୍ରମିକ ଦିବସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking