19.1 C
Bhubaneswar
Saturday, November 23, 2024
Homeବ୍ରେକୀଙ୍ଗଐତିହ କ୍ୟାବିନେଟ ନିଷ୍ପତ୍ତି

ଐତିହ କ୍ୟାବିନେଟ ନିଷ୍ପତ୍ତି

ଭୁବନେଶ୍ୱର: ଐତିହ କ୍ୟାବିନେଟ ନିଷ୍ପତ୍ତି ନେଇ ବିଭାଗୀୟ ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । କ୍ୟାବିନେଟରେ ୭ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି । ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି । ପ୍ରତ୍ନତତ୍ତ୍ୱ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକଙ୍କ ପାଇଁ ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବ । ସଂକ୍‌ୃତି ବିଭାଗ ଦ୍ୱାରା ପରିଚାଳିତ ଏକାଡେମୀ ରାଶି ବି ବୃଦ୍ଧି ହୋଇଛି । ଅତିବଡି, କବି ସମ୍ରାଟ, ଧର୍ମପଦ, ବ୍ୟାସକବି ପୁରସ୍କାର ୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଏକାଡେମୀ ପୁରସ୍କାର ୫୦ ହଜାରରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ନିଷ୍ପତ୍ତି ହୋଇଛି । ଏକାଡେମୀ ସମ୍ବର୍ଦ୍ଧନା ପୁରସ୍କାର ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ବିକାଶ କରାଯିବ । ସୁଆଣ୍ଡୋର ବିକାଶ ପାଇଁ ସାଢେ ୧୧ କୋଟି ବ୍ୟୟ କରାଯିବ ।

ଚାଷୀଙ୍କୁ ୟୁରିଆ ସାର ଯୋଗାଣ ପର୍ଯ୍ୟାପ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଯାବତ୍ ୬.୧୫ ଲକ୍ଷ ମେଟ୍ରିକ ଟନ ଆସିଛି, ୟୁରିଆ ଅଭାବ ହେବନି ବୋଲି ସେ କହିଛନ୍ତି । ଏହି ବର୍ଷ ୯୯୬୫ କୋଟି ଟଙ୍କାର କୃଷି ଋଣ ଚାଷୀଙ୍କୁ ଦିଆଯାଇଛି । ଧାନ ସହ ଅନ୍ୟ ଫସଲ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ନୂଆ ହେଲପ ଲାଇନ ନମ୍ବର ୧୫୫୩୩୩ରେ ମିଳିବ ସମସ୍ତ ପ୍ରକାର କୃଷି ପରାମର୍ଶ । କାଳିଆ ଯୋଜନାରେ ଲାଭ ପାଇବା ପାଇଁ ପୋର୍ଟାଲ ବ୍ୟବସ୍ଥା ବି କରାଯିବ । ପୋର୍ଟାଲରେ ଚାଷୀ ସେମାନଙ୍କ ଆବେଦନ ସ୍ଥିତି ଜାଣିପାରିବେ । ୫୫ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି, ପ୍ରୋତ୍ସାହନ ରାଶି ପାଇବେ । ବଳରାମ ଯୋଜନାରେ ଭାଗଚାଷୀ, ଭୂମିହୀନ ଚାଷୀ ଉପକୃତ ହେବେ ।

ଅନ୍ୟପଟେ ୧୯୮୯ ଉଚ୍ଚଶିକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିଛି । ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟ ଉଚ୍ଛେଦ କରାଯାଇଛି । ସବୁ ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ଗୋଟିଏ ଆଇନ ହେବ । ବିଶ୍ୱ ବିଦ୍ୟାଳୟରୁ ଉଠିଯିବ ସିନେଟ, ଅଧିକ କ୍ରିୟାଶୀଳ ହେବ ସିଣ୍ଡିକେଟ । କୁଳପତି ଚୟନ କମିଟିରେ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ୍ ରହିବେ । କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷ କୁ ବୃଦ୍ଧି ନିଷ୍ପତ୍ତି ହୋଇଛି । କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ରୁ ୬୭ କୁ ବୃଦ୍ଧି କରାଯାଇଛି । ବିଶ୍ୱ ବିଦ୍ୟାଳୟ ଶିକ୍ଷକ ଚୟନ ଦାୟିତ୍ୱ ଓପିଏସସି କୁ ଦେବାକୁ ନିଷ୍ପତ୍ତି ହୋଇଛି । ଆଇନଜୀବୀଙ୍କୁ ସହାୟତା ଦେବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ବାର୍ କାଉନସିଲ ଏନେଇ ଆଇନ ଆଣିଲେ ସହାୟତା ଦିଆଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking