29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପତିତପାବନଙ୍କ ହେବନି ନାଗାର୍ଜୁନ ବେଶ

ପତିତପାବନଙ୍କ ହେବନି ନାଗାର୍ଜୁନ ବେଶ

ପୁରୀ: ନାଗାର୍ଜୁନ ବେଶ ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଛି । ପତିତପାବନଙ୍କ ନାଗାର୍ଜୁନ ବେଶ କରାଯିବନି ବୋଲି ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସତ୍ତ୍ୱଲିପି ଓ ପରମ୍ପରାରେ ଏନେଇ କିଛି ବିଧିବ୍ୟବସ୍ଥା ନାହିଁ । ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସେବାୟତ ବେଶରେ ଯେମିତି କେହି ପଶିନଯିବେ, ନଜର ରଖାଯିବ । ଯଦି କୌଣସି ଛଦ୍ମବେଶୀ ଧରାପଡନ୍ତି, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୋବାଇଲ ଚେକିଂ ପାଇଁ ଏକ ସ୍ୱତନ୍ତ୍ର ଯାଂଚ ବ୍ୟବସ୍ଥା କରାଯିବ । ନାଗାର୍ଜୁନ ବେଶ ଦିନ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ହେବ । ରାତି ୨ଟାରେ ବେଶ ଉପକରଣ ମନ୍ଦିର ଭିତରକୁ ପ୍ରବେଶ କରିବ । ନାଗାର୍ଜୁନ ବେଶ ଦିନ ପତିତପାବନ ଦର୍ଶନ ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଏବେ ଯେମିତି ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି, ତାହା ଚାଲୁ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ବେଶ ଦିନ ୨୪ ଘଣ୍ଟା କଣ କଟକଣା ରହିବ ସେ ନେଇ ତର୍ଜମା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking