40.1 C
Bhubaneswar
Thursday, April 25, 2024
Homeକରୋନା ଓଡିଶାକରୋନାର ପ୍ରତିକାର ଓ ଲକଡାଉନ ସମୟରେ ପ୍ରଶାସନ ସମ୍ବେଦନଶୀଳ ହେଉ

କରୋନାର ପ୍ରତିକାର ଓ ଲକଡାଉନ ସମୟରେ ପ୍ରଶାସନ ସମ୍ବେଦନଶୀଳ ହେଉ

ଯାଜପୁର : ବ୍ୟାସନଗର ପୌର ପରିଷଦ ରେ ତାଲା ବନ୍ଦ ଓ ଜିଲ୍ଲା ପ୍ରଶାସନ ଙ୍କ କଟକଣା କୁ ସାଧାରଣ ରେ ପୂର୍ଣ୍ଣ ସମର୍ଥନ ମିଳୁଥିବା ବେଳେ ପ୍ରଶାସନ ନିଜର କର୍ତବ୍ୟ ରେ ଅବହେଳା କରିଚାଲିଛନ୍ତି । ଏହିପରି କି ସାନିଟାଇଜ ଦ୍ୱାରା କରୋନା ସଂକ୍ରମଣ ରୁ ଲୋକଙ୍କୁ ଦୁରେଇ ରଖିବା ପରିବର୍ତ୍ତେ ନିଜ ଦାୟିତ୍ୱ କୁ ଖିଲାପ କରି ଟାଟା ଷ୍ଟିଲ ଓ ଜିନ୍ଦଲ ସ୍ଟେନଲେସ ଦ୍ୱାରା ଗୋପବନ୍ଧୁ ଛକ ଠାରୁ ଚୋରଦା ବାଇପାସ ଦେଇ ଚାନ୍ଦମା ପର‌୍ୟ୍ୟନ୍ତ ପାଣି ଦ୍ୱାରା ମୁଖ୍ୟ ରାସ୍ତାକୁ ସଫାକରି ଦେଲେ ଭୁତାଣୁ ଠାରୁ ଲୋକ ମୁକ୍ତ ହେବେ ଏହା ଭୁଲ ଅଟେ।
ସହରର ବିଭିନ୍ନ ବସ୍ତି ଅଞ୍ଚଳ କୁ ସଫା ସୁତୁରା ନକରିବା, ମଶା ମାନଙ୍କ ଉପଦ୍ରଵ ବ୍ୟାପକ ଥିଲେହି ଏଥିପ୍ରତି ଦୃଷ୍ଟି ନଦେବା, ବିଭିନ୍ନ ସାହିରେ ଗରିବ ଦିନ ମଜୁରିଆ ଭୋକିଲା ରହୂଥିବା ବେଳେ ସେମାନଙ୍କୁ ଚିହ୍ନଟ କରି ଖାଦ୍ୟ ନଦେବା, କେବଳ ନହକା ଠାରୁ ଚୋରଦା ବାଇପାସ ରାଜରାସ୍ତା କଡରେ ପରିବା ମାର୍କେଟ ଖୋଲି ଅନ୍ୟ ଅଂଚଳ ପ୍ରତି ଦୃଷ୍ଟି ନଦେବା, ଘଟଣା କୁ ବିଶିଷ୍ଟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଦୃଢ ନିନ୍ଦା କରିଛନ୍ତି । ପୌର ପରିଷଦ ର କର୍ମଚାରୀ ମାନଙ୍କୁ କରୋନା ର ପ୍ରତିରୋଧ କାର‌୍ୟ୍ୟରେ ନିୟୋଜିତ ନକରି ଗରିବ ଉଠା ଦୋକାନୀ ମାନେ ଦୀର୍ଘ ଦିନ ଧରି ବ୍ୟବସାୟ କରୁଥିବା ସ୍ଥାନରେ ତାର ବାଡ଼ ବୁଲାଇବା କାର‌୍ୟ୍ୟ କୁ ଶ୍ରୀ ମହାନ୍ତି ନାପସନ୍ଦ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତି ରେ ପୌର ପରିଷଦ ପକ୍ଷରୁ ବିଭିନ୍ନ ଅଂଚଳ ରେ ପନିପରିବା ଦୋକାନ ଖୋଲିବାକୁ ଅନୁମତି ଦେବା ଓ ପୌର ପରିଷଦ ତଥା ବଡ଼ ବଡ଼ ମଲ ଦ୍ୱାରା ବିଭିନ୍ନ ୱାର୍ଡ ରେ ନିତ୍ୟ ଆବଶ୍ୟକ ସାମଗ୍ରୀ ସୁଲଭ ଦରରେ ଯୋଗାଇ ଦେବା ସହ ସାନିଟାଇଜ ଉପରେ ବ୍ୟାପକ ଗୁରୁତ୍ୱ ଦେବାକୁ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking