16.1 C
Bhubaneswar
Friday, January 28, 2022
Homeଓଡିଶାମହାନଦୀରୁ ବିପଦ ଆଶଙ୍କା ନାହିଁ

ମହାନଦୀରୁ ବିପଦ ଆଶଙ୍କା ନାହିଁ

ଭୁବନେଶ୍ୱର: ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଉପର ମୁଣ୍ଡରେ ବର୍ଷା କମିଛି, ହୀରାକୁଦକୁ ଜଳ ପ୍ରବେଶ କମିଛି । ଏବେ ୪.୭୦ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୪.୮୪ ଲକ୍ଷ ନିଷ୍କାସନ ହେଉଛି । ହୀରାକୁଦରୁ ଆସିଥିବା ପାଣି କାଲି ସକାଳେ ମୁଣ୍ଡଳିରେ ପିକ ଧରିବ । କାଲି ସକାଳେ ମୁଣ୍ଡଳିରେ ସାଢେ ୭ରୁ ୮ ଲକ୍ଷ କ୍ୟୁସେକ ପାଣି ଯିବ । ଏସବୁକୁ ଦେଖିଲେ ମହାନଦୀରେ ବିଶେଷ କିଛି ସମସ୍ୟା ଆଶା କରୁନୁ ।
ଅନ୍ୟପଟେ ବନ୍ୟା ସ୍ଥିତି ନେଇ ସେ କହିଛନ୍ତି, ବୈତରଣୀ, ବୁଢାବଳଙ୍ଗ ଏବଂ ଜଳକା ନଦୀ ଜଳସ୍ତର କମୁଛି । ମାତ୍ର ସୁବର୍ଣ୍ଣରେଖା ଜଳସ୍ତର ବଢୁଛି । ଆଜି ରାତିରେ ପିକ ଛୁଇଁବ । ଆଜି ରାତିରେ ରାଜଘାଟଠାରେ ଜଳସ୍ତର ୧୧.୫ ମିଟର ପହଂଚିପାରେ । ତେବେ ଏଥିଯୋଗୁଁ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି । ଭୋଗରାଇ ଓ ବାଲିଆପାଳର କିଛି ତଳି ଅଂଚଳରେ ପାଣି ପଶିପାରେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପୂରା ସଜାଗ ଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking