34.1 C
Bhubaneswar
Friday, March 29, 2024
Homeକରୋନାକର୍ଣ୍ଣାଟକରେ ଲକଡାଉନର ପ୍ରଶ୍ନ ଉଠୁନି : ୟେଦୁରପ୍ପା

କର୍ଣ୍ଣାଟକରେ ଲକଡାଉନର ପ୍ରଶ୍ନ ଉଠୁନି : ୟେଦୁରପ୍ପା

ବିଦର : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା , କୋରନା ମହାମାରୀକୁ ମୁକାବିଲା କରିବା ପାଇଁ ରାଜ୍ୟରେ ଲକଡାଉନ ହେବାର ସମ୍ଭାବନାକୁ ଏଡାଇ ଛନ୍ତି । ସେ କହିଛନ୍ତି ଯେ, ଆଗକୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ୧୮ ଏପ୍ରିଲକୁ ଏକ ସର୍ବ ଦଳିୟ ବୈଠକ ବସିବ । ସେ ଏହା କହିଛନ୍ତି ଯେ, ଲକଡାଉନର ପ୍ରଶ୍ନ ଉଠୁନାହିଁ । ପୁର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ଏଚଡି କୁମାରସ୍ୱାମୀ ତଥା କଂଗ୍ରେସର ପ୍ରଦେଶ ପ୍ରମୁଖ ଡିକେ ଶିବକୁମାର ତକନିକି ସଲାହକାର ସମିତି(ଟିଏସି)ର ସମସ୍ତ ସଦସ୍ୟମାନେ ୧୮ ଏପ୍ରିଲରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବେ । ପୁର୍ବରୁ ୟେଦିରୁପ୍ପା ସରକାରଙ୍କ ତରଫରୁ ରାତି ୧୦ଟାରୁ ସକାଳ ୫ ଟା ଯାଏଁ ରାତ୍ରି କୁର୍ଫ୍ୟୁ ଲାଗୁ କରାଯାଇଛି ।

ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଲୋକ ମାନଙ୍କୁ ହାତ ଧୋଇବା ସହ, ମାସ୍କ ଲଗାଇ , ସାମାଜିକ ଦୂରତା ବଜାୟ ରଖି କୋରନା ମହାମାରୀକୁ ମୁକାବିଲା କରିବା ପାଇଁ ସହଯୋଗ କରିବା ଉଚିତ ବୋଲି କହିଛନ୍ତି । ସେ ହାତ ଯୋଡି ସମସ୍ତ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଉଗାଡି ପର୍ବର ଶୁଭକାମନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking