ନଦୀ ଘାଟରେ ହେବନି ଛଟ୍ ପୂଜା

ଭୁବନେଶ୍ୱର: କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଯାଇଛି । ଛଟ୍ ପୂଜା ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ନଭେମ୍ବର ୨୦ ଓ ୨୧ ତାରିଖ ପାଇଁ ସରକାର ଏହି କଟକଣା ଜାରି କରିଥିବା ସୂଚନା ମିଳିଛି । ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ତେବେ ଯଦି କିଏ ସରକାରଙ୍କ କୋଭିଡ କଟକଣା ଉଲ୍ଲଂଘନ କରନ୍ତି, ଆଇନ ଅନୁସାରେ ଦଣ୍ଡିତ ହେବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି । ଚଳିତ ବର୍ଷ କରୋନା ପାଇଁ ସବୁ କିଛି ବନ୍ଦ ରହିଛି । ଅନେକ ନୀତି ପରମ୍ପରାରେ ବି କରୋନା ମହାମାରୀ ବାଧକ ସାଜିଛି । ସେଥିପାଇଁ କରୋନା କଟକଣା ମାନି ଘରେ ରହି ଛଟ୍ ପୂଜା ପାଳନ କରିବାକୁ ଏସଆରସି ପରମର୍ଶ ଦେଇଛନ୍ତି । ଏହାଛଡା ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ପୂଜା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୀପାବଳି ପରେ ଏବେ ସମସ୍ତେ ଛଟ ପୂଜାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଉତର ଭାରତ, ବିଶେଷ ଭାବରେ ବିହାର ୟୁପି ଝାଡ଼ଖଣ୍ଡ ଓଡ଼ିଶାରେ ଏହାକୁ ଅତି ଉତ୍ସାହ ର ସହ ପାଳନ କରାଯାଏ । ସାର୍ବଜନିକ ସ୍ଥାନରେ ଗହଳି ନ କରିବାକୁ ନିବେଦନ କରାଯାଉଛି ।

LEAVE A REPLY

Please enter your comment!
Please enter your name here