28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବ୍ରହ୍ମାଣ୍ଡରେ ରହିଛି ଆଉ ଏକ ସୁକ୍ଷ୍ମ କଣିକା, ଯାହାକି ସୂର୍ଯ୍ୟଙ୍କୁ ମଧ୍ୟ ଆଲୋକ ଦେଇଥାଏ

ବ୍ରହ୍ମାଣ୍ଡରେ ରହିଛି ଆଉ ଏକ ସୁକ୍ଷ୍ମ କଣିକା, ଯାହାକି ସୂର୍ଯ୍ୟଙ୍କୁ ମଧ୍ୟ ଆଲୋକ ଦେଇଥାଏ

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ସୂର୍ଯ୍ୟଙ୍କ ଦ୍ବାରା ସମଗ୍ର ସୃଷ୍ଟି ଆଲୋକିତ ହୁଏ। ଆଜି ପର୍ଯ୍ୟନ୍ତ ସମସ୍ତେ ଏହା ପଢିଛନ୍ତି ଓ ଜାଣିଛନ୍ତି। କିନ୍ତୁ ଏବେ ଜଣେ ବୈଜ୍ଞାନିକ ନୂତନ ରିସର୍ଚ୍ଚ କରିଛନ୍ତି। ସେଥିରେ ଏକ ଗୁରୁତ୍ବପୂର୍ଣ୍ଣ ସୁକ୍ଷ୍ମ କଣିକା ବିଷୟରେ ଆଲୋଚନା କରିଛି, ଯାହାକି ସୂର୍ଯ୍ୟଙ୍କୁ ମଧ୍ୟ ଆଲୋକିତ କରିଥାଏ। ଏହା ହୁଏତ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ହୋଇପାରେ।

ବୈଜ୍ଞାନିକଙ୍କ ମତରେ ଏହି କଣିକା ବ୍ରହ୍ମାଣ୍ଡରେ ଅନନ୍ତ ପର୍ଯ୍ୟନ୍ତ  ରହିଛି। ଏ ବିଷୟରେ ଏବେ ଜଣାପଡିଛି। ଏବେ ଏହା ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଚେଷ୍ଟା ଚାଲିଛି। ଯେପରିକି ଏହାର ଓଜନ, ଆକାର ଏବଂ ସ୍ବରୂପ। ଆମେରିକାର ଚିକାଗୋର ନିକଟରେ ଥିବା ଇଲିନାଇସ୍‌ ପ୍ରଦେଶରେ ଏହି ରିସର୍ଚ୍ଚ ସେଣ୍ଟର ରହିଛି। ଏହାକୁ ଫର୍ମି ନ୍ୟାସନାଲ ଏକ୍ସଲେଟର ଲ୍ୟାବରୋଟୋରୀ କୁହାଯାଏ।  ଫର୍ମିଲ୍ୟାବ୍ ,ରେ ବିଶ୍ବର ବହୁ ଦେଶର ବୈଜ୍ଞାନିକ ବ୍ରହ୍ମାଣ୍ଡର ଉଚ୍ଚ ଶକ୍ତି ଥିବା କଣିକା ବିଷୟରେ ଅଧ୍ୟୟନ କରୁଛନ୍ତି।

ଏହି ଅଧ୍ୟୟନ ବେଳେ ସେ ଅତି ସୁକ୍ଷ୍ମ କଣିବା ବିଷୟରେ ଜାଣିପାରିଛନ୍ତି। ଯାହାକି ସୂର୍ଯ୍ୟଙ୍କୁ କିରଣ ଦେଇଥାଏ। ଏହାର ନାଁ ‘ଡବ୍ଲୁବୋସୋନ୍ ଦିଆଯାଇଛି। ଏହା କୌଣସି ପରମାଣୁ କେନ୍ଦ୍ରରେ ଥାଏ। ଏହାର ମୂଳଶକ୍ତିର ସ୍ରୋତ ମଧ୍ୟ ତାହା ହିଁ ହୋଇଥାଏ। ବୈଜ୍ଞାନିକଙ୍କ ମତରେ ଡବ୍ଲ୍ୟୁବୋସନ ପରମାଣୁର  କେନ୍ଦ୍ରରେ ଏକ ସେକେଣ୍ଡର -ହଜାରରୁ  ଅଧିକ ଅଂଶରେ ଦେଖିବାକୁ ମିଳିଥାଏ। ଅସ୍ତିତ୍ବରେ ଆସିବା ମାତ୍ରେ  ସେତିକି ଦୃତ ଗତିରେ ଭାଙ୍ଗିକି ନଷ୍ଟ ହୋଇଯାଇଥାଏ। ଏହି ଭଳି ପକ୍ରିୟା ଅନବରତ ଚାଲିଥାଏ। ଡବ୍ଲ୍ୟୁବୋସନ୍‌ର ଏହି ଆଣବିକ ପକ୍ରିୟାରୁ ସୂର୍ଯ୍ୟଙ୍କୁ ଆଲୋକ ମିଳିଥାଏ ଓ ପୁଣିଥରେ ପୁରା ବ୍ରହ୍ମାଣ୍ଡ ଆଲୋକିତ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking