28.1 C
Bhubaneswar
Thursday, March 28, 2024
Homeଓଡିଶା୧୮ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

୧୮ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡିଶା ଉପକୂଳରର ଏକ ଟ୍ରପଳାଇନ ୧୨ ତାରିଖ ଠାରୁ ସୃଷ୍ଟି ହେବାକୁ ଯାଉଛି ଯାହାଦ୍ୱାରା ଓଡ଼ିଶାର ମାଧ୍ୟମ ଭାଗରେ ତଥା ଏହାର ଉପକୂଳବର୍ତ୍ତୀ ଅନେକ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହା ସହିତ ଆଉ କିଛି ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ହେବ ଆଉ କାଳବୈଶାଖୀର ସମ୍ଭାବନା ଅଛି। ପ୍ରାୟ ୧୫ଟି ଜିଲ୍ଲାକୁ କାଳବୈଶାଖୀର ସମ୍ଭାବନା ଅଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ନୂଆପଡା, କେନ୍ଦୁଝର, ଗଂଜାମ, ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନଗିରି, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ଦେବଗଡ଼, ଆଉ ବରଗଡ଼ ଇତ୍ୟାଦି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସେପଟେ ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଘଡଘଡି ସହ ସ୍ୱଳ୍ପ ବୃଷ୍ଟିପାତ ଲାଗି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିଭଳି ଆଗାମୀ ୩ଦିନ ଯାଏ ଏପରି ପାଗ ଲାଗି ରହିବ ବୋଲି ସୂଚନା ପ୍ରଦାନ କରା ଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଟ୍ରପ ଲାଇନ ପ୍ରଭାବରେ ଏପରି ବର୍ଷା ଲାଗି ରହିଛି ଆଉ ତାହା ଆଗାମୀ ଦିନ ମାନଙ୍କରେ ମଧ୍ୟ ଲାଗି ରହିପାରେ ବୋଲି ସୂଚନା ପ୍ରଦାନ କରା ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking