34.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱରଆଜି ରାଜ୍ୟର ବହୁ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଆଜି ରାଜ୍ୟର ବହୁ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା କମିଛି । ହେଲେ ଗୁଳୁଗୁଳି ଅସହ୍ୟ ହେଉଛି । ତାପମାତ୍ରା କମିଥିଲେ ମଧ୍ୟ ଆର୍ଦ୍ରତା ବୃଦ୍ଧି ଯୋଗୁ ଭୀଷଣ ଗରମ ଅନୁଭୂତ ହେଉଛି । ଦିନର ପିକ୍ ସମୟରେ ତାପମାତ୍ରା ୩୫ଂ ଥିଲେ ମଧ୍ୟ ଆର୍ଦ୍ରତା ୫୦% ତଳକୁ ଖସୁନି । ଫଳରେ ଗରମ ହେବା ସହ ତାପମାତ୍ରା ୪୦ଂ ପରି ଅନୁଭୂତ ହେଉଛି । ତେବେ ଆସନ୍ତାକାଲି (ମଙ୍ଗଳବାର) ରାଜ୍ୟର ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ମଙ୍ଗଳବାର କାଳବୈଶାଖୀ ସକ୍ରିୟ ରହିବ । ଉତ୍ତର ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ,ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ସ୍ଥାନେ ଦୁଇ ସ୍ଥାନେ ଘଡଘଡି ସହ କାଳବୈଶାଖୀ ବର୍ଷା ହୋଇପାରେ । ଏହାସହ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ବହିବାର ସମ୍ଭାବନା ରହିଛି । ଉତ୍ତର ସମେତ ଦକ୍ଷିଣ ଉପକୂଳ ଓଡିଶାରେ କାଳବୈଶାଖୀ ବର୍ଷା ହୋଇପାରେ । ତେବେ କେନ୍ଦୁଝର, ଯାଜପୁର, କଟକ ଓ ଢେଙ୍କାନାଳରେ ଭୀଷଣ ବର୍ଷା ହୋଇପାରେ । ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡା, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା ଓ କୋରାପୁଟ ଜିଲ୍ଲାର ସ୍ଥାନେସ୍ଥାନେ କାଳବୈଶାଖୀ ବର୍ଷା ହେବ । ଭୁବନେଶ୍ୱରରେ ସକାଳ ସାଢେ ୫ଟାବେଳେ ତାପମାତ୍ରା ୨୫ଂ ଥିବା ବେଳେ ଆର୍ଦ୍ରତା ୮୮% ରହିଥିଲା । ସେହିଭଳି ସକାଳ ସାଢେ ୮ଟାରେ ତାପମାତ୍ରା ୨୭.୨ଂ ଆର୍ଦ୍ରତା ୮୧%, ପୂର୍ବାହ୍ନ ୧୧.୩୦ରେ ତାପମାତ୍ରା ୩୩.୨ଂ ଆର୍ଦ୍ରତା ୬୦% ଏବଂ ଅପରାହ୍ନ ସାଢେ ୨ଟାରେ ତାପମାତ୍ରା ୩୫.୨ଂ ଓ ଆର୍ଦ୍ରତା ୫୬ % ରେକର୍ଡ କରାଯାଇଛି । ଗ୍ରୀଷ୍ମର ପିକ୍ ସମୟ ଅର୍ଥାତ୍ ସାଢେ ୧୧ଟାରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଆର୍ଦ୍ରତା ୫୦% ଉପରେ ରହୁଛି । ଏହି ସମୟରେ ଆର୍ଦ୍ରତା ୨୦ରୁ ୩୦% ରହିବା କଥା । ତେବେ ଆର୍ଦ୍ରତା ବୃଦ୍ଧି ଯୋଗୁ ତାତି କମୁନଥିବା ଶ୍ରୀ ଦାସ କହିଛନ୍ତି ।
ତେବେ ରବିବାର ବଲାଙ୍ଗିରରେ ସର୍ବାଧିକ ୬୪.୫ମିମି ବର୍ଷା ହୋଇଥିବା ବେଳେ ଫୁଲବାଣୀରେ ୨୫ ମିମି, ପୁରୀରେ ୧୫ ମିମି, ନୟାଗଡ଼ରେ ୧୩ ମିମି, ବୌଦ୍ଧରେ୧୧ ମିମି, ବରଗଡ଼ ଓ ଦାରିଙ୍ଗବାଡ଼ିରେ ୭ ମିମି ଏବଂ ଗୋପାଳପୁରରେ ୯.୯ ମିମି ବର୍ଷା ରେକର୍ଡ କରାଯାଇଛି । ଆଜି(ସୋମବାର) ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ୪୧.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୫.୬ଂ ଓ କଟକରେ ୩୬.୨ଂ ରେକର୍ଡ କରଯାଇଛି ଯାହା ସ୍ୱାଭାବିକ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking