38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଦୁନିଆର ଏପରି କିଛି ସ୍ଥାନ, ଯେଉଁଠି କେବେ ବି ହୋଇନଥାଏ ରାତି

ଦୁନିଆର ଏପରି କିଛି ସ୍ଥାନ, ଯେଉଁଠି କେବେ ବି ହୋଇନଥାଏ ରାତି

ନୂଆଦିଲ୍ଲୀ : ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ତ ପ୍ରାକୃତିକ ଘଟଣା । ପୂର୍ବ କାଳରେ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ହେବାରୁ ସମୟ ଜାଣୁଥିଲେ ଲୋକେ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ କେବେ ବି ସୂର୍ଯ୍ୟ ଅସ୍ତ ହୋଇନଥାଏ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ନରୱେ
ଏହି ସ୍ଥାନକୁ ମଧ୍ୟ ରାତିର ଦେଶ ବା ଲ୍ୟାଣ୍ଡ ଅଫ୍ ମିଡ଼ନାଇଟ୍ ସନ୍ କୁହାଯାଏ । ନରୱେ ଏପରି ଏକ ଦେଶ, ଯେଉଁଠାରେ ସୂର୍ଯ୍ୟାସ୍ତ ହୋଇନଥାଏ, କାରଣ ଏହା ଆର୍କଟିକ୍ ସର୍କଲରେ ଆସିଥାଏ ଓ ୟୁରୋପର ଏକ ଅଂଶ । ସେଠାରେ ମେ’ ମାସରୁ ଗୁଲାଇ ମଧ୍ୟରେ ପ୍ରାୟ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇନଥାଏ ।

ଆଇସଲ୍ୟାଣ୍ଡ
ଗ୍ରେଟ ବ୍ରିଟେନ ପରେ ୟୁରୋପର ସବୁଠାରୁ ବଡ ଆଇଲ୍ୟାଣ୍ଡ ହେଉଛି । ଏଠାରେ ରାତି ସମୟରେ ବି ସୂର୍ଯ୍ୟଙ୍କ କିରଣ ରହିଥାଏ । ଏଠାରେ ୧୦ ମେ’ ରୁ ଜୁଲାଇ ପର୍ଯ୍ୟନ୍ତ ସୁର୍ଯ୍ୟାସ୍ତ ହୋଇନଥାଏ । ଏହା ବ୍ୟତୀତ ଏଠାରେ ମଶା ବି ନଥାନ୍ତି । ଏପରି ପରିସ୍ଥିତିରେ ଯେଉଁ ଲୋକମାନେ ବିନା ମଶା ଥିବା ସ୍ଥାନକୁ ବୁଲିବାକୁ ଚାହାଁନ୍ତି, ତେବେ ସେଠାକୁ ଯାଇପାରିବେ । ସେଠାର ଗ୍ରିସମୀ ଆଇଲ୍ୟାଣ୍ଡ ଓ ଅକୁରେରୀ ସହରରେ ମିଡନାଇଟ୍ ସନ୍ ଦେଖାଯାଏ ।

ନୁନାଭୁତ, କାନାଡା
ଏହି ସହରେରେ ପ୍ରାୟ ୩୦୦୦ ଜନସଂଖ୍ୟା ଥିବା ବେଳେ ଏହା ଆର୍କାଟିକ ସର୍କଲଠାରୁ ବି ୨ ଡିଗ୍ରୀ ଉପରେ ରହିଛି । ଏଠାରେ ଖରାଦିନେ ପ୍ରାୟ ୨ ମାସ ଧରି ସୂର୍ଯ୍ୟାସ୍ତ ହୋଇନଥାଏ । ସେହିପରି ଶୀତଦିନେ ଗୋଟିଏ ମାସ ଧରି ଅନ୍ଧାର ରହିଥାଏ ।

କିରୁନା, ସ୍ୱିଡନ
କିରୁନା ସହର ସ୍ୱିଡନର ଉତ୍ତରରେ ରହିଛି, ଯେଉଁଠାରେ ୧୯୦୦୦ ଜନସଂଖ୍ୟା ରହିଛି । ଏହି ସହରରେ ପ୍ରତିବର୍ଷ ପ୍ରାୟ ୧୦୦ ଦିନ ସୂର୍ଯ୍ୟାସ୍ତ ହୋଇନଥାଏ । ମେ’ରୁ ଅଗଷ୍ଟ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇନଥାଏ । ଏହି ସମୟରେ ଅଧିକ ଲୋକ ସେଠାକୁ ବୁଲୁବାକୁ ଯ।।ଆନ୍ତି ।

ସେହିପରି ଆମେରିକାର ରାଜ୍ୟ ଅଲାସ୍କାର ବୋରୋ ସିଟ୍ ଓ ଦକ୍ଷିଣ ସ୍ପୋର ବୋରୋରେ ମେ’ ରୁ ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇନଥାଏ । ଏହା ସହ ଫିନଲ୍ୟାଣ୍ଡକୁ ହଜାର ହଜାର ହ୍ରଦ ଓ ଦ୍ୱୀପପୁଞ୍ଜ କୁହାଯାଉଥିବା ବେଳେ ଏହା ଦେଖିବାକୁ ବି ସୁନ୍ଦର ହୋଇଥାଏ । ଏଠାରେ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking