34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରାଜ୍ୟରେ ୧୭ ଲକ୍ଷରୁ ଅଧିକ ବୁଲା କୁକୁର

ରାଜ୍ୟରେ ୧୭ ଲକ୍ଷରୁ ଅଧିକ ବୁଲା କୁକୁର

ସର୍ବାଗ୍ରେ ଉତ୍ତରପ୍ରଦେଶ, ଦ୍ୱିତୀୟରେ ଓଡ଼ିଶା, ତୃତୀୟରେ ମହାରାଷ୍ଟ୍ର
ଭୁବନେଶ୍ୱର: ବୁଲା କୁକୁର ସଂଖ୍ୟାରେ ଉତ୍ତରପ୍ରଦେଶ ସର୍ବାଗ୍ରେ ରହିଥିବା ବେଳେ ଓଡ଼ିଶାର ସ୍ଥାନ ଦ୍ୱିତୀୟ । ଉତ୍ତରପ୍ରଦେଶରେ ୨୦ ଲକ୍ଷ ୫୯ ହଜାର ୨୬୧ ବୁଲା କୁକୁର ଥିବାବେଳେ ଓଡ଼ିଶାରେ ଅଛନ୍ତି ୧୭ଲକ୍ଷରୁ ଅଧିକ । ତେବେ ବୁଲା କୁକୁରଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଆର୍ôଥକ ସହାୟତା ଦେବାର ବ୍ୟବସ୍ଥା ନାହିଁ । ଲୋକସଭା ସାଂସଦ ଥୋମାସ୍ ଚାଝିକଦନଙ୍କ ଏକ ପ୍ରଶ୍ନରେ କେନ୍ଦ୍ର ମତ୍ସ୍ୟସମ୍ପଦ, ପଶୁପାଳନ ଓ ଗୋପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏହି ସୂଚନା ଦେଇଛନ୍ତି । ପ୍ରାଣୀଧନ ଗଣନା-୨୦୧୯ ରିପୋର୍ଟ ଉପସ୍ଥାପନା କରି ମନ୍ତ୍ରୀ କହିଛନ୍ତି ଯେ ପ୍ରତି ପାଞ୍ଚବର୍ଷରେ ପ୍ରାଣୀଧନ ଗଣନା ଆଧାରରେ ବୁଲାକୁକୁରଙ୍କ ସଂଖ୍ୟା ଗଣନା କରାଯାଏ । ଦେଶବ୍ୟାପୀ ଗଣନା ହୋଇଥିଲା ।

ସର୍ଭେରେ ଉତ୍ତରପ୍ରଦେଶରେ ସର୍ବାଧିକ ସଂଖ୍ୟାରେ ବୁଲାକୁକୁର ଥିବାର ଜଣାପଡ଼ିଥିଲାବେଳେ ଓଡ଼ିଶା ଦ୍ୱିତୀୟ, ମହାରାଷ୍ଟ୍ର ତୃତୀୟ, ଚତୁର୍ଥରେ ରାଜସ୍ଥାନ, ପଞ୍ଚମରେ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଷଷ୍ଠ ସ୍ଥାନରେ ରହିଛି । ରିପୋର୍ଟ ମୁତାବକ, ୨୦୧୨ରେ ଓଡ଼ିଶାରେ ୮ ଲକ୍ଷ ୬୨ ହଜାର ୫୨୦ ବୁଲାକୁକୁର ଥିବାବେଳେ ୨୦୧୯ରେ ଏହିସଂଖ୍ୟା ୧୭ ଲକ୍ଷ ୩୪ ହଜାର ୩୧୯ ରହିଛି । ସେହିସମୟ ମଧ୍ୟରେ ଉତ୍ତରପ୍ରଦେଶରେ ୨୦ ଲକ୍ଷ ୫୯ ହଜାର ୨୬୧ ବୁଲା କୁକୁର ଥିବାବେଳେ ତୃତୀୟ ସ୍ଥାନରେ ଥିବା ମହାରାଷ୍ଟ୍ରରେ ୧୨ ଲକ୍ଷ ୭୬ ହଜାର ୩୯୯, ଚତୁର୍ଥରେ ଥିବା ରାଜସ୍ଥାନରେ ୧୨ ଲକ୍ଷ ୭୫ ହଜାର ୫୯୬, ପଞ୍ଚମରେ ଥିବା ପଶ୍ଚିମବଙ୍ଗରେ ୧୧ ଲକ୍ଷ ୪୦ ହଜାର ୪୬୫ ଏବଂ ଷଷ୍ଠରେ ଥିବା ମଧ୍ୟପ୍ରଦେଶରେ ୧୦ ଲକ୍ଷ ୯ ହଜାର ୭୬ ରହିଛି । ତେବେ ୨୦୧୨ର ଗଣନାରେ ସାରା ଦେଶରେ ୧୭୧ ଲକ୍ଷ ୪ ହଜାର ବୁଲା କୁକୁର ଥିଲାବେଳେ ୨୦୧୯ରେ କୁକୁରଙ୍କ ସଂଖ୍ୟା ହ୍ରାସପାଇ ୧୫୩.୧ ଲକ୍ଷରେ ପହଞ୍ଚିଛି ବୋଲି ମନ୍ତ୍ରୀ ଶ୍ରୀ ରୁପାଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking