ଭୁବନେଶ୍ୱର: ଦେଶର ତିନୋଟି ରାଜ୍ୟରେ ରହିଛି ମାରିଟାଇମ୍ ବୋର୍ଡ । ସେହି ରାଜ୍ୟଗୁଡ଼ିକ ହେଉଛି; ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡ଼ୁ । ଦେଶର ମୋଟ୍ ୭୫୧୭ କିଲୋମିଟର କୋଷ୍ଟଲାଇନ୍ ମଧ୍ୟରୁ କେବଳ ଗୁଜରାଟରେ ୧୬୦୦ କି.ମି ରହିଛି । ଉକ୍ତ ରାଜ୍ୟରେ ବୋର୍ଡ ଅଧୀନରେ ୪୦ଟି ଛୋଟ ବଡ଼ ବନ୍ଦର ରହିଛି ।
ଅନ୍ୟପକ୍ଷରେ ୧୦୭୬ କି.ମିର କୋଷ୍ଟ୍ଲାଇନ ଥିବା ତାମିଲନାଡୁରେ ୨୦ ବନ୍ଦର ଏବଂ ୭୨୦ କିମିର କୋଷ୍ଟ୍ଲାଇନ ଥିବା ମହାରାଷ୍ଟ୍ରର ୨୦ରୁ ଅଧିକ ବନ୍ଦର ରହିଛି ବୋର୍ଡ ଅଧୀନରେ । ମହାରାଷ୍ଟ୍ର ମାରିଟାଇମ ବୋର୍ଡ ୫ଟି ଗ୍ରୁପ୍ରେ ବିଭକ୍ତ କରି କାର୍ଯ୍ୟ ନିୟନ୍ତ୍ରଣ କରୁଛି । ତେବେ ଆନ୍ଧ୍ର ସରକାର ମାରିଟାଇମ ବୋର୍ଡ ଗଠନ ପାଇଁ ଯୋଜନା କରୁଥିବାବେଳେ ଓଡ଼ିଶା ବାଜି ମାରିନେଇଛି ।