29.1 C
Bhubaneswar
Thursday, April 25, 2024
Homeଓଡିଶାକେବେ ବାହାରିବ +୨ ରେଜଲ୍ଟ କହି ହେବନି : ମନ୍ତ୍ରୀ

କେବେ ବାହାରିବ +୨ ରେଜଲ୍ଟ କହି ହେବନି : ମନ୍ତ୍ରୀ

ଭୁବନେଶ୍ୱର: କେବେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବ କହି ହବନି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଏଯାଏଁ ଯୁକ୍ତ ୨ ଖାତା ଦେଖା ସରିନି, ତେଣୁ ରେଜଲ୍ଟ କଥା କହି ହବନି । କାଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଜିଲ୍ଲାପାଳ, ଏସପି , ଡିସିପିଙ୍କୁ ଲେଖିଥିଲେ । ଲକ ଡାଉନ ହେବାକୁ ଥିବା ୪ ଜିଲ୍ଲାରେ ୩୫ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ଜିଲ୍ଲାପାଳମାନେ ଜିଲ୍ଲାର ଅବସ୍ଥା ଦେଖି ବିଚାର କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ପ୍ରଦାନ କରିଛନ୍ତି । ଆଜି ରାଜ୍ୟରେ ୭୧୮ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ୭୧୮ ଚିହ୍ନଟଙ୍କ ମଧ୍ୟରୁ ୪୭୯ଟି କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୯ଟି ରହିଛି । ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୧୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜ୍ୟର ୨୪ ଜିଲ୍ଲାରୁ ୭୧୮ ନୂଆ ପଜେଟେିଭ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ସର୍ବାଧିକ ୨୩୧, ଖୋର୍ଦ୍ଧାରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମାଲକାନଗିରିରୁ ୫୪, କଟକରୁ ୩୨, କେନ୍ଦୁଝରରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୨୭୪, ଝାରସୁଗୁଡାରୁ ୨୭, ମୟୁରଭଂଜରୁ ୨୨ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୨୧, ରାୟଗଡାରୁ ୧୯, ଜଗତସିଂହପୁରରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୧୩, ଭଦ୍ରକ ଓ ସୁନ୍ଦରଗଡରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅନୁଗୁଳ, ବାଲେଶ୍ୱର ଓ ପୁରୀରୁ ୯ ଲଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଓ ସମ୍ବଲପୁରରୁ ୭ ଲେଖାଁଏ. ଢେଙ୍କାନାଳରୁ ୬ ଚିହ୍ନଟ ହୋଇଛନ୍ତି । ସୋନପୁରରୁ ୫, କେନ୍ଦ୍ରାପଡା ଓ ବରଗଡରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନବରଂଗପୁରରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking