33.1 C
Bhubaneswar
Thursday, April 25, 2024
Homeଓଡିଶାରାଜଧାନୀରେ ଆଉ ୧୬ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ରାଜଧାନୀରେ ଆଉ ୧୬ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର: ରାଜଧାନୀର ସବୁ ୱାର୍ଡ଼ରେ ପୂର୍ବରୁ ଏକାଧିକ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ ଗୁରୁବାର ଅନୁରୂପ ଭାବେ ବିଭିନ୍ନ ଜୋନରୁ ୧୬ଟି ସ୍ଥାନ ଉପରେ କଟକଣା ଜାରି କରାଯାଇଛି । ଦକ୍ଷିଣ-ପୂର୍ବ ଜୋନର ୟୁନିଟ୍‌-୯ସ୍ଥିତ ପ୍ଲଟ୍ ନଂ ୧୧୫୦ ଏବଂ କ୍ୱାର୍ଟର ନଂ ଇ-୬୩/୨ ସମେତ ନ୍ୟୁ ଏଜି କଲୋନୀର ପ୍ଲଟ୍ ନଂ ୩୨୯, ବିଜେବି ନଗରସ୍ଥିତ ସୂର୍ଯ୍ୟ ଆପାର୍ଟମେଣ୍ଟର ଫ୍ଲାଟ୍ ନଂ-୪୦୪ ଓ ଉତ୍କଳ ରୟାଲ ରେସିଡେନ୍ସିର ଫ୍ଲାଟ୍ ନଂ ଡି/୩୩କୁ ମାଇକ୍ରୋ କନେଣ୍ଟ୍‌ମେଣ୍ଟ ଜୋନ ଘୋଷଣା କରାଯାଇଛି ।

ତେବେ ଦକ୍ଷିଣ-ପଶ୍ଚିମ ଜୋନର ୱାର୍ଡ଼ ନଂ ୪୯ ଅର୍ନ୍ତଗତ କୋଳଥିଆସ୍ଥିତ ବୃନ୍ଦାବନ ଗାର୍ଡ଼େନର ପ୍ଳଟ ନଂ ୧୯, ଆଇଗିଣିଆସ୍ଥିତ  ଖଣ୍ଡଗିରି ପ୍ଲାଜାର ପ୍ଲଟ୍ ନଂ ୧୩୬/୬୬୦, ୱାର୍ଡ଼ ନଂ ୨୨ ଅର୍ନ୍ତଗତ ଭରତପୁରସ୍ଥିତ ଦୁର୍ଗାମାଧବ ଲେନ୍ -୧୦ର ଗିରିଶ ବିହାରର ପ୍ଲଟ୍ ନଂ ଏ-୧, ୱାର୍ଡ଼ ନଂ ୬୩ ଅର୍ନ୍ତଗତ ଜାଗମରାସ୍ଥିତ ତୁଳସୀବିହାରର ପ୍ଳଟ୍ ନଂ ୮୩କୁ ମଧ୍ୟ ମାଇକ୍ରୋ କେ ନମେ ଜୋନ କରାଯାଇଛି ।

ସେହିପରି ଉତ୍ତର ଜୋନର ୱାର୍ଡ଼ ନଂ ୧୪ସ୍ଥିତ ସେକ୍ଟର-୩ ନିଳାଦ୍ରୀ ବିହାରର ପିଏନ୍‌-୪୩୯, ଲୁମ୍ବିନୀ ବିହାରର ପ୍ଲଟ୍ ନଂ ଏଚ୍‌ଆଇଜି-୧୩୮, ୱାର୍ଡ଼ ନଂ ୨ ଅନ୍ତର୍ଗତ ପଟିଆସ୍ଥିିତ ବଜରଙ୍ଗ ବିହାରର ପ୍ଲଟ୍ ନଂ ୪୦୨/୩୫୨୧, ୱାର୍ଡ଼ ନଂ ୩ର ରଘୁନାଥପୁରସ୍ଥିତ ପ୍ଲଟ୍ ନଂ ପିଏନ୍‌-୭୯,  ନାଗେଶ୍ୱର ରେସିଡ଼େନ୍ସିର ପ୍ଲଟ୍ ନଂଡ଼ି-୪୦୫, ୱାର୍ଡ଼ ନଂ ୧୪ର ନିଳାଦ୍ରୀବିହାର ସେକ୍ଟର-୨ର ପ୍ଲଟ୍ ନଂ ୧୧୨/୧୧୩, ୱାର୍ଡ଼ ନଂ ୭ ଅର୍ନ୍ତଗତ ଚନ୍ଦ୍ରଶେଖରପୁରସ୍ଥିତ କାଞ୍ଚନଜଙ୍ଗା ଆପାର୍ଟ ମେଣ୍ଟର ୧/୧କୁ ମଧ୍ୟ କଟକଣାଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking