ନୂଆଦିଲ୍ଲୀ :ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ସୋମବାର କହିଛନ୍ତି ଯେ ଜାତୀୟ ବିଜ୍ଞାନ ଦିବସ ୨୦୨୩ର ବିଷୟବସ୍ତୁ ହେଉଛି ‘ଗ୍ଲୋବାଲ ସାଇନ୍ସ ଫର ଗ୍ଲୋବାଲ ୱେଲବିଙ୍ଗ’ ଯାହା ଭାରତର ଉଦୀୟମାନ ବିଶ୍ୱ ସ୍ତରୀୟ ଭୂମିକା ଏବଂ ଆନ୍ତର୍ଜାତୀୟ ସ୍ତରରେ ଦୃଶ୍ୟ ମାନତାକୁ ଦର୍ଶାଉଛି ।
“ରମଣ ପ୍ରଭାବ” ର ଆବିଷ୍କାରକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୨୮ ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ । ଏହି ଦିନ ଭାରତୀୟ ପଦାର୍ଥ ବିଜ୍ଞାନୀ ସି ଭି ରମଣ ‘ରମଣ ପ୍ରଭାବ’ର ଆବିଷ୍କାର ଘୋଷଣା କରିଥିଲେ ଯାହା ପାଇଁ ସେ ୧୯୩୦ ରେ ନୋବେଲ ପୁରସ୍କାର ପାଇଥିଲେ। ଏହି ଅବସରରେ ସାରା ଦେଶରେ ଥିମ୍ ଆଧାରିତ ବିଜ୍ଞାନ ଯୋଗାଯୋଗ କାର୍ୟ୍ୟକଳାପ କରାଯାଏ ।