26.1 C
Bhubaneswar
Wednesday, May 25, 2022
Homeଅପରାଧସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଚୋର, ଟାର୍ଗେଟରେ ଔଷଧ ଦୋକାନ

ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଚୋର, ଟାର୍ଗେଟରେ ଔଷଧ ଦୋକାନ

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଚୋର । ଚୋରଙ୍କ ଟାର୍ଗେଟରେ ଔଷଧ ଦୋକାନ । ଗ୍ରାହକ ସାଜି ଆସି ଚୋରୀ କରି ନେଲେ ଟଙ୍କା । ବିନା ଟଙ୍କା ଦେଇ ଔଷଧ ନେଇଗଲା ଚୋର । ଔଷଧ ଦୋକାନୀ ଚୋର ଧରିବାକୁ ଯାଇ ଦୋକାନ ଖାଲି । ଅନ୍ୟ ଜଣେ ସହଯୋଗୀ ଭିତରେ ପଶି କଳାକନା ବୁଲାଇଲୋ । ହାଇଟେକ୍ ଅନ୍ଦାଜରେ ଫିଲ୍ମ ଷ୍ଟାଇଲରେ କରୁଛନ୍ତି ଲୁଟ୍ । ଗ୍ରାହକ ସାଜି ଆସୁଛନ୍ତି, ଆଉ କଳା କନା ବୁଲାଇ ଚାଲି ଯାଉଛନ୍ତି । ଟାର୍ଗେଟ୍‌ରେ ମେଡିସିନ ଷ୍ଟୋର । ଭୁବନେଶ୍ୱର ରବି ଟକିଜ୍ ଓ ଆଇଆର୍‌ସି ଭିଲେଜରେ ଏଭଳି ଲୁଟ୍ ଘଟଣା ସାମ୍ନାକୁ ଆସିଛି । ସବୁଠାରୁ ବଡ଼ କଥା, ଏହି ୨ ଅଞ୍ଚଳରୁ ହୋଇଥିବା ଲୁଟ୍ ଘଟଣାର ଅଭିଯୁକ୍ତ ମଧ୍ୟ ସମାନ ବୋଲି ପୋଲିସ ସନ୍ଦେହ କରୁଛି । ୩ ଲୁଟେରା ଏଥିରେ ସମ୍ପୃକ୍ତ ଅଛନ୍ତି । ଭୁବନେଶ୍ୱର ଆଇଆର୍‌ସି ଭିଲେଜରେ ଥିବା ଏକ ମେଡିସିନ୍ ଦୋକାନରୁ ୪୯ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛନ୍ତି । ଲୁଟେରାମାନେ ଗ୍ରାହକ ଭାବେ ଆସି ଏହି ଲୁଟ୍ କରିଛନ୍ତି । ୩ ଲୁଟେରାଙ୍କ ମଧ୍ୟରୁ ଜଣେ ପୂର୍ବ ଯୋଜନା ମୁତାବକ ହର୍ଲିକ୍ସ କିଣିବାକୁ ମେଡିସିନ୍ ଷ୍ଟୋର ଆସିଥିଲେ । ସେଠାରେ ସେ ହର୍ଲିକ୍ସ କିଣିଥିଲେ । ହର୍ଲିକ୍ସର ଦାମ୍ ୨୩୪ ଟଙ୍କା ଥିବାବେଳେ ଲୁଟେରା ଜଣକ ୧୯୦ ଟଙ୍କା ଦେଇଥିଲେ । ଦୋକାନୀ ଜଣକ ବାକି ୪୦ ଟଙ୍କା ମାଗିବାରୁ ଲୁଟେରା ଜଣକ ହର୍ଲିକ୍ସ ଧରି ଦୌଡ଼ି ପଳାଇଥିଲେ । ଏହାପରେ ପୂର୍ବ ଯୋଜନା ମୁତାବକ, ପୂର୍ବରୁ ଛକି ରହିଥିବା ଜଣେ ଲୁଟେରା ଦୋକାନ ଭିତରେ ପଶି କ୍ୟାସ୍ କାଉଣ୍ଟରରୁ ଟଙ୍କା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଦୋକାନୀ ଜଣକ ଯେତେବେଳେ ଟଙ୍କା ରଖାଯାଉଥିବା ବକ୍ସ ଚେକ୍ କରିଥିଲେ, ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ସିସିଟିଭି ଯାଞ୍ଚ ପରେ ଦୋକାନ ଭିତରେ ପଶି ଲୁଟେରା ଲୁଟ୍ କରୁଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking