34.1 C
Bhubaneswar
Friday, March 29, 2024
Homeଅପରାଧଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା

ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଭୟଙ୍କର ହତ୍ୟା ଘଟଣା ସାମ୍ନାକୁ ଆସିଛି । ସୁନ୍ଦର ନଗରୀ ଅଞ୍ଚଳରେ ରହୁଥିବା ୨୫ ବର୍ଷିୟ ଯୁବକଙ୍କୁ ଛୁରୀରେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ମାନେ ଯୁବକଙ୍କୁ ଛୁରୀରେ ୬୦ ଥର ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ଅତି ନକଟରୁ ଲୋକମାନେ ଦେଖୁଥିଲେ ମଧ୍ୟ କୌଣସି ବ୍ୟକ୍ତି ଏହାକୁ ଅଟକାଇ ନଥିଲେ । ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ନନ୍ଦ ନଗରୀ ଥାନା ଅନ୍ତର୍ଗତ ସୁନ୍ଦର ନଗରୀରେ ଜଣେ ଯୁବକଙ୍କୁ ୨-୩ ଜଣ ଲୋକ ଛୁରୀରେ ଆକ୍ରମଣ କରିଥିଲେ । ଏହା ପରେ ପୀଡିତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତକ ଜଣକ ସୁନ୍ଦର ନଗରୀ ନିବାସୀ ୨୫ ବର୍ଷିୟ ମନୀଷ ବୋଲି ଜଣାପଡିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking