ଜିଲ୍ଲା ଯୁବ ବିଜେଡି ସଭାପତି ଯୁବ ସଂଗଠନକୁ ସୁଦୁଢ କରିବା ପ୍ରୟାସ

jajpur bjd

ଯାଜପୁର: ଯାଜପୁର ଜିଲ୍ଲାରେ ଯୁବ ବିଜେଡିକୁ ସକ୍ରିୟ କରିବା ସହିତ ଚଳଚଞ୍ଚଳ କରିବା ପାଇଁ ଜିଲ୍ଲା ଯୁବ ସଭାପତି ପ୍ରତାପ ମହାନ୍ତି ବ୍ଲକ ଜିଲ୍ଲାସ୍ତରରେ କର୍ମକର୍ତା ନିଯୁକ୍ତ କରି ସଂଗଠନକୁ ଦୁଇ ପାଦ ଆଗେଇ ନେଇଛନ୍ତି । ଯୁବ ବିଜେଡି ସାଧାରଣଙ୍କ ବିଭିନ୍ନ ସମସ୍ୟା ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କ ନିକଟରେ ପଂହଁଚି ପାରିବ ଯୁବ ବିଜେଡି କର୍ମକର୍ତ୍ତା ଓ କର୍ମୀମାନେ ଲୋକ ମାନଙ୍କ ନିକଟତର ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଯୁବ ସଂଗଠନରେ ଦାୟିତ୍ୱ ନେଇ BJDକୁ ଯାଜପୁର ଜିଲ୍ଲାରେ ମଜଭୁତ କରିବା ପାଇଁ ଅଗ୍ରସର ହୋଇଛନ୍ତି ନୂଆ ପିଢୀ। ବ୍ଲକ,ସହରାଞ୍ଚଳ ତଥା ଯାଜପୁର ଜିଲ୍ଲାସ୍ତରରେ ଯୁବ ବିଜେଡିର ବିଭିନ୍ନ ପଦରେ ନିଜୁକ୍ତ ପାଇଥିବ । ଉତ୍ସାହୀ ଯୁବ ନେତୃତ୍ୱକୁ,ଜିଲ୍ଲା ଯୁବ ସଭାପତି ପ୍ରତାପ କୁମାର ମହାନ୍ତି ସମର୍ଦ୍ଧିତ କରିଛନ୍ତି। ସେହି ସମର୍ଦ୍ଧନା ଉତ୍ସବରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ତଥା ଦାନଗଦି ବ୍ଲକ ୮ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୧୦ ଗୋଟି ବ୍ଲକର ଯୁବ ବିଜେଡି ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ଦାୟିତ୍ୱ ନେଇଥିବା ସୌମ୍ୟରଞ୍ଜନ ମହାପାତ୍ର,ଜୟପ୍ରକାଶ ସାହୁ,ନରେନ୍ଦ୍ର ନାୟକ,ସୁଜିତ କୁମାର ରାଉତ,ତାରିକ୍ ଅଜିଜଙ୍କୁ ଯୁବ ବିଜେଡି ତରଫରୁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲା ସଭାପତିଙ୍କୁ ଯୁବ ବିଜେଡିର ନୂତନ କର୍ମକର୍ତ୍ତା ସମ୍ବର୍ଦ୍ଧିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here