37.2 C
Bhubaneswar
Friday, April 19, 2024
Homeଅପରାଧବଡ ଭାଇକୁ ହାଣିଲା ସାନ ଭାଇ

ବଡ ଭାଇକୁ ହାଣିଲା ସାନ ଭାଇ

ବାଲେଶ୍ୱର: ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ତ କେବେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ହତ୍ୟା ହୋଇଥାଏ । ତେବେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ବାଲେଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଣେ ସାନ ଭାଇ ତାର ବଡ ଭାଇକୂ କୁରାଢୀରେ ହାଣିଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସିଙ୍ଗଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ରବୀନ୍ଦ୍ର ରାଉତ । ଅଭିଯୁକ୍ତର ନାମ ସୂର୍ଯ୍ୟ ରାଉତ ।
ବସ୍ତା ଏସଡିପିଓ ଜଳନ୍ଧର ଜାଲି କହିଛନ୍ତି, ରବୀନ୍ଦ୍ର ରାଉତ ଓ ସୂର୍ଯ୍ୟ ରାଉତଙ୍କ ମଧ୍ୟରେ ଜମିଜମାକୁ କେନ୍ଦ୍ର କରି ପାରିବାରିକ କଳହକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହା ଭୟଙ୍କର ରୂପ ନେବାରୁ ରାଗରେ ଉତ୍ତେଜିତ ସୂର୍ଯ୍ୟ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲା । ସେ ଘର ଭିତରୁ ଏକ ଧାରୁଆ କୁରାଢ଼ୀ ଆଣି ବଡ଼ଭାଇ ରବୀନ୍ଦ୍ରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଚୋଟ ପରେ ଚୋଟ ମାରି ଚାଲିଥିଲା । ମାତ୍ର ହତ୍ୟାକାଣ୍ଡ ସମୟରେ ଘଟଣାସ୍ଥଳରେ କେହି ନଥିବାରୁ ମୃତଦେହକୁ ସୂର୍ଯ୍ୟ ଘର ପଛପଟରେ ଥିବା ବୁଦା ମୂଳରେ ଲୁଚାଇବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ଦେଖି ଦେଇଥିଲେ । ସେମାନେ ଏବାଦରେ ପୁଲିସକୁ ସୂଚନା ଦେଇଥିଲେ । ଗାଁ ଲୋକଙ୍କ ଠାରୁ ଖବର ପାଇ ସିଙ୍ଗଲା ଥାନା ଅଧିକାରୀ ପ୍ରଶାନ୍ତ ଜେନାଙ୍କ ସହ ଏସଡିପିଓ ଜଳନ୍ଧର ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking