ଭବାନୀପାଟଣା: କଳାହାଣ୍ଡିରେ ବୀଭତ୍ସ ହତ୍ୟା । ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଜମିରେ ପାଣି ମଡାଇବାକୁ ନେଇ ଭାଇ ସାଜିଲା ଭଗାରୀ, ବଡ ଭାଇକୁ ହତ୍ୟା କରି ମାଟି ତଳେ ପୋତି ଦେଲେ ସାନ ଭାଇ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କଳାହାଣ୍ଡିର ତିଳଲଯୋଡି ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ପୂର୍ଣ୍ଣ ମାଝୀ । ଥାନାରେ ଅଭିଯୋଗ ପରେ ଭାଇର ଦୁଇ ଅଭିଯୁକ୍ତ ସାନ ଭାଇକୁ ଗିରଫ କଲା ପୋଲିସ । ତିଳଲଯୋଡି ଗାଁର ପୂର୍ଣ୍ଣ ମାଝୀ ଓ ତାଙ୍କ ଦୁଇଜଣ ସାନ ଭାଇ ହରଦାସ ମାଝି ଓ ବେଦ ମାଝୀ ।
ତିନି ଜଣଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମି ବାଡ଼ି ବିବାଦକୁ ନେଇ ବଚସା ଲାଗି ରହିଥିଲା । ଗତ ସୋମବାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ର ଯାତ୍ରା ଦେଖିବା ପାଇଁ ଗ୍ରାମବାସୀ ସହରକୁ ଚାଲି ଯାଇଥିବା ବେଳେ ଏହି ସମୟରେ ପୂର୍ଣ୍ଣ ମାଝୀ ନିଜ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ, ଏହି ସମୟରେ ଜମିରେ ଥିବା ଦୁଇ ସାନ ଭାଇ ରଦାସ ମାଝି ଓ ବେଦ ମାଝୀ ତାଙ୍କୁ ଏକ ବାଡିରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ପୂର୍ଣ୍ଣ ମାଝୀଙ୍କ ମୃତ୍ୟୁ ହୋଇଥିଲା ।