27.1 C
Bhubaneswar
Monday, September 30, 2024
Homeଓଡିଶାଆତ୍ମହତ୍ୟା ପାଇଁ ଯୁବଛାତ୍ର ଆପଣାଇଲେ ଯନ୍ତ୍ରଣାଦାୟକ ବାଟ, ହାତକୁ ଇଲେକ୍ଟ୍ରି ତାରରେ ବାନ୍ଧି କରେଣ୍ଟ ଲଗାଇଦେଲେ

ଆତ୍ମହତ୍ୟା ପାଇଁ ଯୁବଛାତ୍ର ଆପଣାଇଲେ ଯନ୍ତ୍ରଣାଦାୟକ ବାଟ, ହାତକୁ ଇଲେକ୍ଟ୍ରି ତାରରେ ବାନ୍ଧି କରେଣ୍ଟ ଲଗାଇଦେଲେ

ଭୁବନେଶ୍ୱର: ମଣିଷ ଯେତେବେଳେ ହାର ମାନିଯାଏ, ସେତେବେଳେ ଆପଣାଏ ଭିନ୍ନ ପନ୍ଥା। ଆଉ ନିଜ ଜୀବନକୁ କିଛି ନ ବୁଝି ବାଜି ଲଗାଇଦିଏ। ତେବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଛାତ୍ର ଏପରି ଆତ୍ମହତ୍ୟା କରିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ହୁଏତ ସ୍ତବ୍ଧ ହୋଇଯିବେ। ଛାତ୍ର ଜଣକ ଆତ୍ମହତ୍ୟା ପାଇଁ ବହୁତ ଯନ୍ତ୍ରଣାଦାୟକ ଉପାୟ ଆପଣାଇଛନ୍ତି। ନିଜକୁ କରେଣ୍ଟ ଲଗାଇ ଛଟପଟ କରି ମାରିଛନ୍ତି। ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ମୁତାବକ, ୨୦ ବର୍ଷୀୟ ବି ଫର୍ମା ଛାତ୍ର କୁଲଦୀପ ଆଡମିଶନ ପାଇଁ ରେଜିଷ୍ଟ୍ରେସନ କରିଥିଲେ। ସୋମବାର ଦିନ ଆଡମିଶନ ହେବାର ଥିଲା। ଏଥିପାଇଁ ୨୬ ଅଗଷ୍ଟରେ ନିଜ ବାପାଙ୍କ ସହିତ ମଧ୍ୟ କଥା ହୋଇଥିଲେ। ସବୁକିଛି ଠିକ୍‌ ଅଛି ବୋଲି କୁଲଦୀପ ବାପାଙ୍କୁ କହିଥିଲେ। ତେବେ ଶନିବାର ସକାଳେ ତାଙ୍କ ବାପା ପୁଣି ଫୋନ୍‌ କରିଥିଲେ, ହେଲେ ପୁଅର ଫୋନ ସୁଇଚ ଅଫ୍‌ ଆସୁଥିଲା। ତା’ପରେ ଛାତ୍ରଙ୍କ ବାପା ଘରର ମାଲିକଙ୍କୁ ଫୋନ କରିଥିଲେ। ଘରର ମାଲିକ ଚାକିରିକୁ ଯାଇଥିବା କହିଥିଲେ ଏବଂ ପରେ ଘରକୁ ଯାଇ ଦେଖି କହିବେ ବୋଲି କୁଲଦୀପଙ୍କ ବାପାଙ୍କୁ କହିଥିଲେ। ଘରର ମାଲିକ ଘରେ ପହଞ୍ଚି ଦେଖିବା ବେଳକୁ ଘରର କବାଟ ଭିତରୁ ବନ୍ଦ ଥିଲା। ସେ ଯେତେ ଡାକିଥିଲେ ମଧ୍ୟ ଛାତ୍ର ଜଣକ କବାଟ ଖୋଲିନଥିଲେ। ତା’ ପରେ ଘର ମାଲିକ ପୋଲିସକୁ ସୂଚନା ଦେଇଥିଲ।

ପୋଲିସ କହିବା ମୁତାବକ, ମୃତକ ଛାତ୍ର ହେଉଛନ୍ତି କୁଲଦୀପ । ସିହୋର ଜିଲ୍ଲା ବିଲକିସଜଙ୍ଗରେ ରହୁଥିବା ବେଳେ ବର୍ତ୍ତମାନ ଭୋପାଳର ନୀଳବଡ ଅଞ୍ଚଳରେ ଭଡାରେ ରହୁଥିଲେ। ଶନିବାର ସନ୍ଧ୍ୟା ୭ଟା ପୋଲିସକୁ ଖବର ମିଳିବା ପରେ ପୋଲିସ କବାଟ ଖୋଲିବା ବେଳେକୁ ମୃତାବସ୍ଥାରେ ପାଇଥିଲା। ମୃତ ଛାତ୍ର ତଳେ ପଡିଥିବା ବେଳେ ହାତ ବିଜୁଳି ତାରରେ ବନ୍ଧା ହୋଇପଡିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ଘଟଣା ସ୍ଥଳରେ ଏକ ସୁଇସାଇଟ ନୋଟ ପାଇଥିଲା। ପୋଲିସ ମାମଲା ଯାଞ୍ଚ କରୁଛି। ନୋଟରେ ଲେଖାଯାଇଛି କି, ଛାତ୍ର ଜଣକ ନିଜ ହାତକୁ ଇଲେକ୍ଟ୍ରିକ ତାରରେ ବାନ୍ଧିଥିଲେ, ପରେ ପ୍ଲଗକୁ ଇଲେକ୍ଟ୍ରିରେ କନେକ୍ସନ କରିବା ପରେ ଝାଡୁରେ ସୁଇଚ ଅପ୍‌ କରିଥିଲା। କରେଣ୍ଟ ଲାଗିବା ଯୋଗୁଁ ଛଟପଟ ହୋଇ ପ୍ରାଣ ହାରିଥିଲେ ଛାତ୍ର। ଏହି ଘଟଣା ବିଷୟରେ ଛାତ୍ର କୁଲଦୀପଙ୍କ ପରିବାର ଲୋକ ଜାଣିବା ପରେ ଅଧୈର୍ଯ୍ୟ ହୋଇପଡିଛନ୍ତି। କୁଲଦୀପ ପରିବାରର ଏକମାତ୍ର ପୁଅ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking