40.1 C
Bhubaneswar
Thursday, April 25, 2024
Homeଓଡିଶାପୋଲିସର ଲାଠି ମାଡ଼ରେ ଯୁବକଙ୍କ ଆଖି ଗୁରୁତର

ପୋଲିସର ଲାଠି ମାଡ଼ରେ ଯୁବକଙ୍କ ଆଖି ଗୁରୁତର

ମୟୁରଭଞ୍ଜ : ପୁଣି ସାମ୍ନାକୁ ଆସିଛି ପୋଲିସର ବର୍ବରତା। ମାସ୍କ ଏବଂ ହେଲମେଣ୍ଟ ଚେକିଂ ନାମରେ ପୋଲିସର ଦବଙ୍ଗଗିରି। ରାସ୍ତାରେ ମାସ୍କ ଓ ହେଲମେଟ ଚେକିଂ କରୁଥିବା ସମୟରେ ପୋଲିସ ଜୁଲମର ଶିକାର ହୋଇ ଯୁବକ ରକ୍ତାକ୍ତ । ଆଖିରେ ପୋଲିସ ଲାଠିମାଡ଼ ବସି ଆଖି ଗୁରୁତ୍ତର ଭାବେ ପ୍ରଭାବିତ ହୋଇଥିବାର ଅଭିଯୋଗମୂଳକ ସୋସିଆଲ ମିଡିଆରେ ଭାଇରାଲ। ଯାହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷର ସମ୍ମୁଖୀନ ହେଉଛି ଟାଉନଥାନା ପୋଲିସ।ତେବେ କ୍ଷମତାର ଦୁରୂପଯୋଗ କରି ଉଦ୍ଧେଶ୍ୟମୂଳକ ଆକ୍ରମଣର ଶିକାର ହୋଇଥିବା ଯୁବକର ଆଖିରେ ଶକ୍ତ ଆଘାତ ଯୋଗୁଁ ଏବେ ଆଖିରେ ଭଲ ଭାବରେ ଦେଖାଯାଉନଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ପୀଡ଼ିତ ଯୁବକ।ଯାହାଫଳରେ ଜଣେ 21 ବର୍ଷୀୟ ଯୁବକଙ୍କ ଆଖି ଖରାପ ହେବାପାଇଁ ବସିଛି। ଏମିତି ଏକ ଅଘଟଣ ଘଟିଛି ବାରିପଦା ସହରରେ। ଗତକାଲି ବାରିପଦା ସହରର ପାଲବଣି ଗୋଲେଇ ନିକଟରେ ପୂର୍ବାହ୍ନ 10 ଟା ସମୟରେ ମାସ୍କ ଏବଂ ହେଲମେଣ୍ଟ ଚେକିଂ ଆରମ୍ଭ ହୋଇଥିଲା। ଫଳରେ ବାରିପଦା ସହରର ୱାର୍ଡ ନଂ 25 ଛାଞ୍ଚ ଅଞ୍ଚଳରେ ରହୁଥିବା ଜଣେ ଦିନମଜୁରିଆଙ୍କ ପୁଅ ସିପୁ ଦାସ ଏକ ମେଡ଼ିସିନ ଦୋକାନକୁ ମେଡ଼ିସିନ ଆଣିବାକୁ ଯାଉଥିବା ବେଳେ ପୋଲିସର ଆକ୍ରସର ଶିକାର ହୋଇଛନ୍ତି। ଶିପୁଙ୍କ କହିବା ମୁତାବକ ମେଡ଼ିସିନ ପାଇଁ ପଇସା ନେବାକୁ ଭୁଲିଯାଇଥିବାରୁ ସେ ଵ୍ୟସ୍ତ ହୋଇ ଜଣେ ବନ୍ଧୁଙ୍କ ମଟର ସାଇକେଲ ନେଇ ଘରକୁ ପଇସା ଆଣିବା ପାଇଁ ଯାଉଥିଲେ ,ହେଲେ ହଠାତ ରାସ୍ତାରେ ପୋଲିସ ତାଙ୍କୁ ଅଟକ ରଖିଥିଲା ଏବଂ ଜଣେ କନେଷ୍ଟବଳ ଆସି ହାତରେ ଧରିଥିବା ଲାଠିରେ ମୁଣ୍ଡକୁ ଲକ୍ଷ୍ୟ କରି ବାଡେଇଥିଲେ । ହେଲେ ସମ୍ପୃକ୍ତ ପୋଲିସର ଲାଠି ପ୍ରହାର ସିଧାସଳଖ ଶିପୁଙ୍କ ଆଖିରେ ଖୁବ ଜୋରରେ ବାଜିଥିଲା ଏବଂ ଘଟଣାସ୍ଥଳରେ ତାଙ୍କ ଆଖିରୁ ରକ୍ତ ମଧ୍ୟ ବାହାରିବାରେ ଲାଗିଥିଲା ବୋଲି ଅଭିଯୋଗ କରି କହିଛନ୍ତି ଆହତ ଶିପୁ। ଏହାଦେଖିବା ପରେ ମଧ୍ୟ ପୋଲିସ ନିଜର ଭୁଲ୍ କୁ ଛପାଇବାପାଇଁ ଯାଇ କର୍ତ୍ତବ୍ୟ ଏବଂ ସର୍ବନିମ୍ନ ମାନବିକତା ଭୁଲି ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କୁ ଘଟଣାସ୍ଥଳରୁ ଶୀଘ୍ର ଚାଲିଯିବାପାଇଁ କହିଥିଲେ। ଯାହାଫଳରେ ଆଜି ଯୁବକଙ୍କ ଆଖି ଫୁଲି ଯାଇଛି। ଏବଂ ଆଖିକୁ ସବୁ ଅନ୍ଧାର ଦେଖାଯିବା କହିଛନ୍ତି ଯୁବକ ଜଣକ।

ଏନେଇ ଆମେ ବାରିପଦା ଟାଉନଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କୁ ପଚାରି ବୁଝିବାରୁ ଏନେଇ ଏସପି ଙ୍କ ସହିତ ଆଲୋଚନା କରିଥିବା ବେଳେ ଗୁରୁତର ଯୁବକଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। ତେବେ ଡ୍ୟୁଟି ସମୟରେ ଏଭଳି କାଣ୍ଡ ଘଟାଇଥିବା ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି କହିଛନ୍ତି ।

ଅନ୍ୟପଟେ ଦେଖିବାକୁ ଗଲେ ଏହା ଏକ ଗୁରୁତ୍ତର ଅପରାଧ। ମାତ୍ର ବିଭାଗୀୟ କର୍ମଚାରୀ ବୋଲି ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିବା ବଦଳରେ ଅନୁକମ୍ପା ଦେଖାଉଛି ପୋଲିସ ବିଭାଗ ବୋଲି ଆଲୋଚନା ହେଉଛି। ଅପରପକ୍ଷରେ ଏଭଳି ଘଟଣା ପୋଲିସ ସହିତ ଘଟିଥିଲେ ଚୁପ ବସିଥାନ୍ତା କି ପୋଲିସ ବୋଲି ପ୍ରଶ୍ନ ଉଠୁଛି। ସେହିପରି ବିଭିନ୍ନ ସମୟରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏବଂ ସରକାର କାର୍ଯ୍ୟରତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଛଳରେ ନିର୍ଦ୍ଦେଶ ଦେଉଥିଲେ ବି ଏହେଉଛି ତାର ବାସ୍ତବଚିତ୍ର। ତେବେ କର୍ତ୍ତବ୍ୟରତ ସମ୍ପୃକ୍ତ ପୋଲିସ କର୍ମଚାରୀ ବିଭାଗୀୟ ନିର୍ଦ୍ଦେଶକୁ ବେଖାତିର କରିବା ସହିତ କ୍ଷମତାର ଦୁରୂପଯୋଗ କରି ଉଦ୍ଦେଶ୍ୟମୂଳକ ଭାବେ ମରଣାନ୍ତକ ଆକ୍ରମଣ କରି ଗରିବ ଯୁବକକୁ ଆହତ ଏବଂ ରକ୍ତାକ୍ତ କରିବା ଘଟଣାକୁ ହାଲୁକା ଭାବରେ ନେଇ ଲୋକଙ୍କ ବିଶ୍ୱାସ ହରାଉଛି ପୋଲିସ ବୋଲି ଆଲୋଚନା ହେଉଛି। ଏହାବ୍ୟତୀତ ଘଟଣାଟି ସାଂଘାତିକ ହୋଇଥିଲେ ମଧ୍ୟ ଉପସ୍ଥିତ ପୋଲିସ ଅଧିକାରୀ ନିଜ ତରଫରୁ ମାମଲା ରୁଜୁ କରି ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରିବାର ଆବଶ୍ୟକତାକୁ ଏଡ଼ାଇ ଯିବା ଭଳି ଘଟଣା ଆଇନ ପ୍ରତି ଉପହାସ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking