34.1 C
Bhubaneswar
Thursday, April 25, 2024
HomeUncategorizedଦନ୍ତା ଆକ୍ରମଣରେ ଯୁବକ ମୃତ

ଦନ୍ତା ଆକ୍ରମଣରେ ଯୁବକ ମୃତ

ମୟୂରଭଞ୍ଜ:  ଥମୁନି ହାତୀ ଆତଙ୍କ।ପୁଣି ଜଣକର ଜୀବନ ନେଲା ଦନ୍ତା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ ଅନ୍ତର୍ଗତ କାଳିଆନାଳ ନିକଟରେ । ନୂଆବର୍ଷ ଉପଲକ୍ଷେ କୁକୁଡ଼ା ଲଢେ଼ଇ ଦେଖି ଘରକୁ ଫେରୁଥିବା ସମୟରେ କାଳିଆ ନାଳ ନିକଟସ୍ଥ ଜଙ୍ଗଲ ରାସ୍ତାରେ ହାତୀ ଆକ୍ରମଣ ଯୋଗୁଁ ଜନୈକ ଯୁବକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ମୋରଡା ଥାନା ଅନ୍ତର୍ଗତ କାଳିଆ ନାଳ ଗ୍ରାମର ରାମ ଦେହୁରୀ(୫୦) । ବେତନଟୀ ରେଞ୍ଜ ଅଧିକାରୀ ଘଟଣାସ୍ଥଳକୁ ଯାଇ ମୃତ ଯୁବକ ରାମ ଦେହୁରୀଙ୍କୁ ବେତନଟୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୋରଡା ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking