40.1 C
Bhubaneswar
Thursday, April 25, 2024
Homeଅପରାଧଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଯୁବକ ଜଣକ କରୁଥିଲା କିଛି ଏପରି

ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଯୁବକ ଜଣକ କରୁଥିଲା କିଛି ଏପରି

ନୂଆଦିଲ୍ଲୀ: ପ୍ରଥମେ ଭେଟ ପରେ ପ୍ରେମ ତା ପରେ ଦୁଷ୍କର୍ମ । ଆଖିରେ ଆଖିରେ ପ୍ରେମ ତା ପରେ ନମ୍ବର ଦିଆ ନିଆ । ପରେ ବିବାହର ପ୍ରଲୋଭନନ ଦେଇ ଦୁହିଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ । କିନ୍ତୁ ପ୍ରେମିକ ଜଣଙ୍କ ପରେ ଦେଇଥିଲେ ଧୋକା ।

ସୂଚନାନୁଯାୟୀ ଏୟାରପୋର୍ଟ ଥାନା ଭୀମପୁର ଅଞ୍ଚଳରେ ରହୁଥିବା ପ୍ରିୟଙ୍କା (ଛଦ୍ମନାମ ୨୫ ବର୍ଷ) ଓ ଆଠଗଡ ଟାଉନର ପ୍ରତୁଷ୍ୟ କୁମାର ରାଉତ (୨୯)ଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । କିନ୍ତୁ ଯୁବକ ଜଣଙ୍କ ଭିଏସଏସ ନଗରରେ ରହି ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଦୁହେଁ ଦୁହିଁଙ୍କୁ ବାଣୀ ବିହାର ଠାରେ ଦେଖି ନମ୍ବର ଦିଆନିଆ ହୋଇଥିଲେ । ତା ପରେ ଆରମ୍ଭ ହେଲା ପ୍ରେମ, ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା ଯୁବକ । ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ପ୍ରତୁଷ୍ୟ ଆଉ ଧରା ଛୁଆଁ ଦେଇ ନଥିଲା ।

ପ୍ରିୟଙ୍କା ବିବାହ ପାଇଁ ଜିଦ ଧରିବାରୁ ଯୁବକ ଜଣଙ୍କ ତାଙ୍କୁ ମାରିଦେବାର ଧମକ ଦେଇଥିଲେ । ଏହା ପରେ ପ୍ରିୟଙ୍କା ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିବା ସହିତ ଦୁଇ ଜଣଙ୍କ ଡାକ୍ତରୀମାଇନା କରାଇ ଯୁବକଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking