ଚଣ୍ଡିଖୋଲ: ବଡଚଣା ଥାନା ଧାନମଣ୍ଡଳ ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଶବର ସାହିରେ ଅଘଟଣ । ହାଇଲେବୁଲ୍ କେନାଲରେ ଗାଧୋଇଲା ବେଳେ ପାଣିରେ ବୁଡି ମୃତ୍ୟୁ ହେଇଛି । ଉକ୍ତ ଗ୍ରାମର କଣ୍ଡୁରୀ ଦେହୁରୀଙ୍କ ପୁଅ ଚତୁରା ଦେହୁରୀ ଙ୍କ ମୃତ୍ୟୁ । ସେ ରାଜ୍ୟ ପନ୍ୟାଗାର ନିଗମରେ ଶ୍ରମିକ ଭାବେ କାମ କରୁଥିଲେ । ଶ୍ରମିକ କାମ ସାରି ଗାଧେଇ ଯାଇଥିବା ବେଳେ କୈଣସି କାରଣରୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା ।ଚତୁରା କେବଳ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।