34.1 C
Bhubaneswar
Friday, March 29, 2024
Homeଅପରାଧପତ୍ନୀଙ୍କୁ ଭିଡିଓ କଲ୍‌ କରି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ ଆଉ ତାପରେ

ପତ୍ନୀଙ୍କୁ ଭିଡିଓ କଲ୍‌ କରି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ ଆଉ ତାପରେ

ପୁରୀ: ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ବ୍ୟବସାୟୀ । ପତ୍ନୀଙ୍କୁ ଭିଡିଓ କଲ୍‌ କରି ଆତ୍ମହତ୍ୟା ଉଦ୍ୟମର ଲାଇଭ୍‌ ଦେଖାଇବା ପରେ ବଳିଆପଣ୍ଡା ଥାନା ପୁଲିସ ତାଙ୍କୁ ଉଦ୍ଧାର କରିଛି । ଏଭଳି ଏକ ଘଟଣା ସୋମବାର ରାତିରେ ସହରରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟବସାୟୀ ଜଣକ ହେଲେ ମୟୁରଭଞ୍ଜର ଦେବାଶିଷ ସ୍ୱାଇଁ (୩୨) ।

ଖବର ଅନୁସାରେ ପତ୍ନୀଙ୍କୁ ନେଇ ୫ ଦିନ ତଳେ ପୁରୀ ଆସିଥିଲେ ଦେବାଶିଷ । ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ ୨ ଦିନ ତଳେ ତାଙ୍କୁ ଛାଡ଼ି ଘରକୁ ପଳାଇଥିଲେ । ସେଥିରେ ମାନସିକ ଭାରସାମ୍ୟ ହରାଇଥିଲେ ଦେବାଶିଷ । ରାତିରେ ଏକ ବ୍ଲେଡ୍‌ ଧରି ପତ୍ନୀଙ୍କୁ ଭିଡିଓ କଲ୍‌ କରିଥିଲେ ଦେବାଶିଷ । ହାତକୁ କାଟି ଦୃଶ୍ୟ ଦେଖାଇଥିଲେ । ଏହାପରେ ପତ୍ନୀ ବଳିଆପଣ୍ଡା ଥାନାକୁ କଲ୍‌ କରି ଖବର ଦେଇଥିଲେ । ପୁଲିସ ପହଞ୍ଚି ତାଙ୍କୁ ଏକ ହୋଟେଲ୍‌ରୁ ଉଦ୍ଧାର କରିଛି । ଡାହାଣ ହାତରେ ୪ଟି ସ୍ଥାନରେ କଟାଯାଇ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି । ପୁଲିସ ତାଙ୍କୁ ନେଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ପାରିବାରିକ ଅଶାନ୍ତିରୁ ଏଭଳି କରିଥିବା ଦେବାଶିଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking