26.1 C
Bhubaneswar
Wednesday, August 10, 2022
Homeଅପରାଧଥଣ୍ଡା ପାନୀୟରେ ନିଦ ବଟିକା ଖୁଆଇ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ଯୁବକ ଆଉ ତାପରେ....

ଥଣ୍ଡା ପାନୀୟରେ ନିଦ ବଟିକା ଖୁଆଇ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ଯୁବକ ଆଉ ତାପରେ….

କୋଲକାତା: ନିଦ ବଟିକା ଦେଇ ସ୍କୁଳ ଛାତ୍ରୀଙ୍କୁ ଏକାଧିକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଉତ୍ତର ୨୪ ପ୍ରଗଣାର ମୀନାଖାଁରେ ଉତ୍ତେଜନା ସୃଷ୍ଟି ହୋଇଛି । କ୍ରମାଗତ ଭାବେ ନିଦ ବଟିକା ଖାଇବା ଦ୍ୱାରା ଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ପୀଡ଼ିତା ନାବାଳିକାଙ୍କୁ କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମୀନାଖାଁ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୁଲିସ ସୂତ୍ର ଅନୁଯାୟୀ, ମୀନାଖାଁର ମାଲଞ୍ଚ ଅଞ୍ଚଳର ନବମ ଶ୍ରେଣୀର ଛାତ୍ରୀ ଗୁରୁତର ଅସୁସ୍ଥ ହାଇପଡିଥିଲେ । ପରିବାର ସଦସ୍ୟ ତାଙ୍କୁ କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରୀକ୍ଷା ପରେ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଥିଲା । ନାବାଳିକା ଜଣକ ଏକାଧିକ ବାର ଯୌନ ଶୋଷଣର ଶିକାର ହୋଇଥିବା ଜଣାପଡ଼ିଥିଲା । ତା’ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଗତ କିଛି ସପ୍ତାହ ଧରି ଥଣ୍ଡା ପାନୀୟ ସହିତ ତାକୁ ନିଦ ବଟିକା ଖାଇବାକୁ ଦେଇ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ପୀଡ଼ିତା ନାବାଳିକାଙ୍କ ପରିବାର ଦାବି କରିଛନ୍ତି । ଛାତ୍ରୀଟି ଗତ କିଛି ସପ୍ତାହ ହେବ ଘରେ ଅସୁସ୍ଥ ଅନୁଭବ କରୁଥିଲା । ତାଙ୍କର ଅସୁସ୍ଥତାର କାରଣ ପଚାରିବାରୁ ସେ କାହାକୁ କିଛି କହୁନଥିଲେ ।

ମାତ୍ର ସପ୍ତାହେ ପୂର୍ବରୁ ଯେତେବେଳେ ସେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପରେ ସ୍କୁଲ ଛାତ୍ରୀଙ୍କ ବାପା ମୀନାଖାଁ ପୁଲିସ ଷ୍ଟେସନରେ ଛଅ ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯାଗ ଆଧାରରେ ମୀନାଖାଁ ପୁଲିସ ରବିବାର ସକାଳେ ଶମିମ ମଲ୍ଲିକ, ସମ୍ରାଟ ମଲ୍ଲିକ ଏବଂ ଅବୁତାଲେବ ମଲ୍ଲିକ ନାମକ ତିନି ଅଭିଯୁକ୍ତଙ୍କୁ ଗିରଫ କରି ବସିରହାଟ ସବ-ଡିଭିଜନାଲ କୋର୍ଟରେ ହାଜର କରାଇଥିଲା । ଅଭିଯୁକ୍ତଙ୍କୁ ଚାରି ଦିନ ପୁଲିସ ହେପାଜତରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମୀନାଖାଁର ଏସଡିପିଓ ନିର୍ମଳ କୁମାର ଦାସ କହିଛନ୍ତି ଯେ, ଝିଅକୁ ନିଦ ବଟିକା ଖାଇବାକୁ ଦେବା ସହ ଯୌନ ଉତ୍ପୀଡ଼ନ ଅଭିଯାଗରେ ତିନି ଜଣଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking