37.1 C
Bhubaneswar
Saturday, April 20, 2024
Homeଅପରାଧପ୍ରେମିକା ଗର୍ଭବତୀ ଜାଣି ଛୁ ମାରିଲା ଯୁବକ ଆଉ ତାପରେ ହେଲା କିଛି ଏପରି

ପ୍ରେମିକା ଗର୍ଭବତୀ ଜାଣି ଛୁ ମାରିଲା ଯୁବକ ଆଉ ତାପରେ ହେଲା କିଛି ଏପରି

ସଇଁତଳା: ପ୍ରଥମେ ପ୍ରେମ, ପରେ ଶାରିରୀକ ସମ୍ପର୍କ । ପ୍ରେମିକା ଗର୍ଭବତୀ ହେଲା ପରେ ପ୍ରେମିକ ଛୁ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଡଙ୍ଗରିଗୁଡା ଗ୍ରାମରେ । ୨୦୧୮ ମସିହାରେ ଉଭୟଙ୍କ ମଧ୍ୟରେ ହୋଇଥିବା ପ୍ରେମ ୨୦୨୧ ମସିହା ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଥିଲା । ହେଲେ ୨୦୨୦ ମସିହା ସେପ୍ଟେମ୍ବର ମାସ ୨୭ ତାରିଖରେ ପ୍ରେମିକା ଗର୍ଭବତୀ ହେଲା ପରେ ସବୁ ଛାର ଖାଇ ହୋଇଗଲା । ମୁଁହ ମୋଡ଼ି ନେଲା ପ୍ରେମିକ । ପ୍ରେମିକାଙ୍କ ସବୁ ସ୍ୱପ୍ନ ଧିରେ ଧିରେ ଭଙ୍ଗିବାକୁ ଲାଗିଲା । ୨୭.୫.୨୦୨୦ ପ୍ରେମିକା ଜଣକ ଶିଶୁକନ୍ୟା ଟିଏ ଜନ୍ମ ଦେଲେ । ପ୍ରେମିକାକୁ ପ୍ରେମିକ ଅଣଦେଖା କରି ଚାଲିଲେ । ଶେଷରେ ସମାଜଠୁ ଆରମ୍ଭ କରି କୋର୍ଟ କଚେରୀ ପୋଲିସ ସମସ୍ତଙ୍କୁ ଜଣାଇଲେ ପ୍ରେମିକା । ହେଲେ କିଛି ସୁଫଳ ମିଳିଲାନି ।

ସୂଚନା ଅନୁସାରେ, ଡଙ୍ଗରିଗୁଡା ଗ୍ରାମର ଜଣେ ଝିଅଙ୍କ ସହ ସେହି ଗ୍ରାମର ରୂସିଂ ମାଝୀଙ୍କ ପୁଅ ବୀରେନ୍ଦ୍ର ମାଝୀ ଗତ ୨୦୧୮ ମସିହାରୁ ବିବାହ କରିବା ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ଗତ ୨୦୨୦ ମସିହାରେ ପ୍ରେମିକା ଜଣକ ଗର୍ଭବତୀ ହୋଇଥିଲେ । ପ୍ରେମିକା ଜଣକ ବୀରେନ୍ଦ୍ର ମାଝୀଙ୍କୁ ଏସମ୍ପର୍କରେ ଜଣାଇଥିଲେ । ବିରେନ୍ଦ୍ର ଜାଣିବା ପରେ ପ୍ରେମିକାର ଗର୍ଭ ପରୀକ୍ଷା କରାଇ ଗର୍ଭପାତ କରାଇଥିଲେ । ହେଲେ ବିଚିତ୍ର ଯୋଗକୁ ପ୍ରେମିକାର ଗର୍ଭପାତ ହୋଇପାରିଲା ନାହିଁ । ତେଣୁ ପ୍ରେମିକାର ଗର୍ଭ ଦିନକୁ ଦିନ ବଢିବାରେ ଲାଗିଲା । ପରେ ପ୍ରେମିକା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ । କିଛି ଦିନ ପରେ ପ୍ରେମିକା ଜଣକ ଜାଣିବାକୁ ପାଇଲେ ଯେ, ବୀରେନ୍ଦ୍ର ମାଝୀ ଅନ୍ୟ ଏକ ଝିଅ ସହିତ ବିବାହ କରିବାକୁ ଯାଉଛନ୍ତି । ଏ ବିଷୟ ଜାଣିବା ପରେ ପ୍ରେମିକା ଜଣକ ବୀରେନ୍ଦ୍ର ମାଝୀଙ୍କ ମା’ ସହିତ ସାକ୍ଷାତ କରି ଘଟଣା ବିଷୟରେ ଜଣାଇ ବୋହୂର ଅଧିକାର ଭିକ୍ଷା କରିଥିଲେ । କିନ୍ତୁ ବୀରେନ୍ଦ୍ର ମାଝୀଙ୍କ ମା’ ତାଙ୍କ ଗାଳିଗୁଲଜ କରି ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ବିରେନ୍ଦ୍ରଙ୍କ ପ୍ରେମିକା । ଆପୋଷ ବୁଝାମଣା ପରେ ପ୍ରେମିକାକୁ ସ୍ତ୍ରୀ ଭାବରେ ବୀରେନ୍ଦ୍ର ମାଝୀ ଅନ୍ୟତ୍ର ରଖିଥିଲେ । କିଛି ଦିନ ପରେ ବୀରେନ୍ଦ୍ର ମାଝୀ କେଉଁ ଆଡେ ଉଭାନ ହୋଇ ଯାଇଥିବା ବିଷୟରେ ପ୍ରେମିକା ଜଣକ ଅଭିଯୋଗ କରିଛନ୍ତି । ଶେଷରେ ପ୍ରେମିକା ବୋହୂର ଅଧିକାର ନପାଇବାରୁ ନବ ଜନ୍ମିତ ଶିଶୁ କନ୍ୟାଙ୍କୁ ଧରି ନୂଆପଡା ଜିଲ୍ଲା ଆରକ୍ଷୀ ନୀରକ୍ଷକ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ତେବେ ଜିଲ୍ଲା ପ୍ରଶାସନ ପ୍ରେମିକାଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ କେତେ ତତ୍ପରତା ପ୍ରକାଶ କରୁଛନ୍ତି ଏବଂ ସେ କେବେ ବୋହୂର ଅଧିକାର ପାଇବେ ତାହା ଏବେ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking