ମାଟି କାନ୍ଥ ପଡି ଯୁବକ ମୃତ

କେନ୍ଦୁଝର : ଟାଉନ ଥାନା ଅନ୍ତର୍ଗତ ଶିରିସପାଳ ପଞ୍ଚାୟତ ପୋକରାପାଣି ଗ୍ରାମରେ ଘଟିଛି ଅଘଟଣ । ଉକ୍ତ ଗ୍ରାମରେ ମାଟି କାନ୍ଥ ପଡି ଯୁବକର ମୃତ୍ୟୁ ହୋଇଛି । ଚନ୍ଦା ନାଏକ ନାମକ ଷୋହଳ ବୟସ ଯୁବକ ଘରେ ଥିବା ବେଳେ ପରିତ୍ୟକ୍ତ କାନ୍ଥ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଚନ୍ଦା ନାଏକକୁ ଉଦ୍ଧାର କରାଯାଇଥିବା ବେଳେ ଖବର ପାଇ ପୋଲିସ ପହଁଚିଛି । ଚନ୍ଦାର ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here